ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବଞ୍ଚାଓ ବାଲକୋ ହଟାଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇଥିବା ଲାଠି ଚାଳନାକୁ ବିରୋଧ କରି ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ । ଯାହା କି ସେ ସମୟରେ ଯୁବ ସଂଗ୍ରାମୀ ମାନଙ୍କର ଏକ ପ୍ରେରଣା ସାଜିଥିଲେ । ସ୍ୱର୍ଗତ ବେହେରା ତାଙ୍କ ପଛରେ ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗଙ୍କୁ ଛାଡି ଯାଇଛନ୍ତି ।
Prev Post