om academy

ଦୀନରଘୁ ମେହେର ହାଇସ୍କୁଲଠାରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବେଲପଡ଼ା ସ୍ଥିତ ଦୀନରଘୁ ମେହେର ଉଚ୍ଚ ବିଦ୍ୟାଳୟଠାରେ ସମସ୍ତ ମାଧ୍ୟମିକ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକଙ୍କୁ ନେଇ ବେଲପଡ଼ା ବିଇଓଙ୍କ ଆହ୍ୱାନକ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱ ଓ ବିଜ୍ଞାନ ଶିକ୍ଷକ କିଶୋର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ନୂତନ ଭାବେ ଯୋଗ ଦେଇଥିବା ବିଇଓ ଅରବିନ୍ଦ ମିଶ୍ରଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ତାଙ୍କ ଅଭିଭାଷଣରେ ସେ ଶିକ୍ଷା ସରସ ଓ ସୁନ୍ଦର ହେବା ଅନିବାର୍ଯ୍ୟ ବୋଲି କହିଥିଲେ । ତା’ବାଦ ସମସ୍ତେ ମିଶି ପୂର୍ବତନ ବିଇଓ ବୈକୁଣ୍ଠ ଶବରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସଭାରେ ୨୫ ଗୋଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ସଭାରେ ୨୦୨୩-୨୪ ଶିକ୍ଷା ବର୍ଷର ସମସ୍ତ ଶିକ୍ଷଣ କାର୍ଯ୍ୟାବଳୀ ଉପରେ ବିଶଦ ଆଲୋଚନା ହୋଇଥିଲା । ପରିଶେଷରେ ସୁଲେକେଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦ୍ମମୁଖ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ସହଯୋଗ କରିଥିଲେ ।

Leave A Reply

Your email address will not be published.