jayashree

ଆସନ୍ତା ଡିସେମ୍ବର ୧ରେ ସ୍ୱାତୀନକ୍ଷତ୍ରର ଝିଅର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ, ଧାମରା ସାହିତ୍ୟ ସଂସଦ ଓ ରାଉରକେଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଏକ ସାମ୍ୱାଦିକ ସମ୍ମୀଳନୀ ସ୍ଥାନୀୟ ହୋଟେଲ୍ ଗାର୍ଡେନ ଠାରେ ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବାକୁ ଯାଇ କବି ସୁଶାନ୍ତ କୁମାର ନାୟକ କହିଲେ ,ଆସନ୍ତା ଡିସେମ୍ବର ୧ ତାରିଖରେ ଧାମରା ସାହିତ୍ୟ ସଂସଦ ତରଫରୁ ଶୀତ କବିତା ଆସର ଆୟୋଜନ କରାଯାଇଛି । ଏହି ଶୀତ କବିତା ଆସରରେ କବି ସୁଶାନ୍ତ କୁମାର ନାୟକଙ୍କ ଚତୁର୍ଥ କବିତା ସଂକଳନ ସ୍ୱାତୀ ନକ୍ଷତ୍ରର ଝିଅ ଉନ୍ମୋଚନ ହେବ । ଏହି ଆସରରେ ସ୍ୱନାମଧନ୍ୟ କବି ପିନାକୀ ମିଶ୍ର ମୁଖ୍ୟବକ୍ତା ଭାବରେ, କବି ତ୍ରିନାଥ ସିଂହ ପୁସ୍ତକ ସମ୍ମୀକ୍ଷକ ଭାବରେ ଓ ଡଃ. ନଗେନ୍ ଦାସ୍ ଭିତ୍ତି ପ୍ରବନ୍ଧ ପାଠ କରିବା ଲାଗି ସଦୟ ସମ୍ମତି ପ୍ରଦାନ କରିଛନ୍ତି । ରାଉରକେଲା ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଆସନ୍ତା ୨୨ ତାରିଖ ସ୍ଥାନୀୟ ଧାମରା ସଂଘ ପରିସରରେ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକାରୀ କମିଟିରେ ସ୍ଥର କରାଯାଇଛି । ଏହି ଶିଶୁ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୧୫ ଜଣ ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯିବା ସହ ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ରାଉରକେଲା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯିବା ପାଇଁ କାର୍ଯ୍ୟକାରୀ କମିଟିରେ ସ୍ଥିର କରାଯାଇଛି । ରାଉରକେଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଅନିଲ ଦାଶ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପ ସଭାପତି ରମେଶ ଚନ୍ଦ୍ର ବାରିକ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.