ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶ ସ୍ମାରକୀ ବକ୍ତୃତା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଜ୍ଞା ପୁରୁଷ ଦେବେନ୍ଦ୍ର କୁମାର ଦାଶ ଥିଲେ ବହୁପ୍ରସ୍ତୀୟ ବୁଦ୍ଧିଜୀବୀ । ସାହିତ୍ୟର ବିବିଧ ଦିଗ ସହିତ ନନ୍ଦନ ତତ୍ୱ, ଇତିହାସ ଚର୍ଚ୍ଚା ଓ ସଂସ୍କୃତି ଚର୍ଚ୍ଚାରେ ତାଙ୍କର ବିଦ ବତ୍ତା ଉଲ୍ଲେଖନୀୟ । ଜଣେ ଯୁକ୍ତିବାଦୀ, ହେତୁବାଦୀ ରୂପେ ପରିଚିତ ଦେବେନ୍ଦ୍ର ଦାଶଙ୍କ ପ୍ରଜ୍ଞା ମାନସକୁ ଓଡ଼ିଶା ତଥା ଓଡ଼ିଶା ବାହାରେ ସମ୍ମାନ ମିଳିଛି । ଏହି ପ୍ରୟାତ ପ୍ରଜ୍ଞା ପୁରୁଷ ଦେବେନ୍ଦ୍ର କୁମାର ଦାଶ ସ୍ମାରକୀ ବକ୍ତୃତା ମାଳାରଦ୍ୱିତୀୟ ଅର୍ଘ୍ୟ ପ୍ରଗତି ଉତ୍କଳ ସଂଘର ମଧୁମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଅଡଶପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ଉପନିବେଶ – ଉତ୍ତର ଉପନିବେଶବାଦୀ ଓଡ଼ିଆ ସାହିତ୍ୟ’ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ସ୍‌ସ୍ୱର୍ଗତ ଦେବେନ୍ଦ୍ର କୁମାର ଦାଶଙ୍କ କୃତ ପୁସ୍ତକ – ଊନବିଂଶ ଶତାବ୍ଦୀର ଓଡ଼ିଶା: ନବ ମୂଲ୍ୟାୟନ’ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ଦାଶଙ୍କ ଫଟୋ ସମ୍ମୁଖରେ ଧୂପ ପ୍ରଜ୍ୱଳନ ଏବଂ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସଭାକାର୍ଯ୍ୟଆରମ୍ଭ ହୋଇଥିଲା । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସ୍ୱାଗତ ଅଭିଭାଷଣ ପରେ ଅନ୍ୟତମ ଉପସଭାପତି ଡଃ. ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଡ. ନଗେନ କୁମାର ଦାସ ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ଘନଶ୍ୟାମ ଧଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି, ଗ୍ରନ୍ଥାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ଶୁଭ୍ରାଂଶୁ ଶେଖର ମହାପାତ୍ର, ବିପିନ ବିହାରୀ ପଟ୍ଟନାୟକ, ଧରଣୀଧର ସାମଲ, ବରୁଣ ନାହାକ, ପରୀକ୍ଷିତ ଗୁରୁ ପ୍ରମୁଖ ସହାୟତା କରିଥିବାବେଳେ ଭାରତ ଭୂଷଣ ମହାନ୍ତି, ଶଙ୍କର ପ୍ରସାଦ ତ୍ରିପାଠୀ, ଅଭିରାମ ବିଶ୍ୱାଳ, ଅଭୟ କୁମାର ପ୍ରଧାନ, ରାଜୀବ ପାଣି, ପଶୁପତିନାଥ ଚାଟାର୍ଜୀ, କିଶୋରୀ ମୋହନ କର, ନଳିନୀ କାନ୍ତ ଧରି, ଡା. କୃପାସିନ୍ଧୁ ନାୟକ, ପ୍ରଶାନ୍ତ କୁମାର ପତି, କାଶୀନାଥ ନନ୍ଦୀ, ବିକ୍ରମ ଆଚାର୍ଯ୍ୟ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ଅକ୍ଷୟ କୁମାର ସାମଲ, ଅଜୟ କୁମାର ମହାନ୍ତି, ସୁସ୍ମିତା ମହାପାତ୍ର, ସତ୍ୟନାରାୟଣ ଦାଶ, ବବିତା ମହାପାତ୍ର, ଶରତ କୁମାର ଦାସ, ଆଲୋକ ରଞ୍ଜନ ବୋଷ, ଆଶିଷ । କୁମାର ଦାଶ, ଅକ୍ଷୟ କୁମାର ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଶତାଧିକ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.