om academy

୯୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା

jsm

ଝାରସୁଗୁଡ଼ା : ଶିଳ୍ପସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଚଳିତବର୍ଷ ମୋଟ ୯୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି । ଝାରସୁଗୁଡ଼ା ଥାନା ଅଞ୍ଚଳରେ ୨୦, ବ୍ରଜରାଜନଗରରେ ୧୬, ଲଇକେରାରେ ୧୬, ରେଙ୍ଗାଲିରେ ୯, ଝାରସୁଗୁଡା ସଦର ଥାନା ଅଞ୍ଚଳରେ ୮, ଓରିଏଣ୍ଟରେ ୮, ବେଲପାହାଡରେ ୬, ବନହରପାଲିରେ ୬, କୋଲାବିରାରେ ୫, ଲଖନପୁରରେ ୩ ଓ ବଡମାଲ ଥାନା ଅଞ୍ଚଳର ୩ ସ୍ଥାନରେ ମା’ଙ୍କ ପୂଜୋତ୍ସବ ଅନୁଷ୍ଠିତ ହେଉଛି । ପୂଜା କମିଟି ତରଫରୁ ଦେବୀପୀଠ ଓ ପୂଜାମଣ୍ଡପ ତୋରଣ ଆକର୍ଷଣୀୟ କରିବା ପାଇଁ ଦେଶର ବିଭିନ୍ନ କଳା, ସଂସ୍କୃତି ଓ ଐତିିହ୍ୟ ଆଦି ସ୍ଥାନ ପାଇଛି । ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପରେ ଷଷ୍ଠୀ ତିଥିରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ବୁଧବାର ମା’ଙ୍କ ଦଶମୀ ପୂଜା ରୀତିନୀତି ସହକାରେ ହୋଇଛି । ବୁଧବାର ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.