
ଭୁବନେଶ୍ୱର, (କେପିଏନ୍ଏସ୍) : ଦୀର୍ଘଦିନରୁ ଦାବୀ ହୋଇ ଆସୁଥିବା ଓଡିଶାରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୧୧୦୦୦ କନିଷ୍ଠ ଶିକ୍ଷକଙ୍କର ୫୦ ପ୍ରତିଶତ ଦରମା ବୃଦ୍ଧି କରିଥିବାରୁ ଓଡିଶା କନିଷ୍ଠ ଶିକ୍ଷକ ସଂଘର ରାଜ୍ୟସଭାପତି ଅକ୍ଷୟ କୁମାର ପାଢୀ, ରାଜ୍ୟ ସମ୍ପାଦକ ନେତ୍ରାନନ୍ଦ ପଧାନ ଓ ରାଜ୍ୟ ଉପଦେଷ୍ଟା ଶ୍ରୀକାନ୍ତ ବାରିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ଶିକ୍ଷକମାନଙ୍କର ମୂଳମନ୍ତ୍ର ଥିଲା ଓ ଆଗକୁ ମଧ୍ୟ ସେ ଦିଗରେ ସଦା ସର୍ବଦା ଚେଷ୍ଟିତ ରହିବେ ବୋଲି ରାଜ୍ୟ ସମ୍ପାଦକ ନେତ୍ରାନନ୍ଦ ପଧାନ କହିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ୧୧,୦୦୦ରୁ ଉର୍ଦ୍ଧ୍ଵ କନିଷ୍ଠ ଶିକ୍ଷକ ମାତ୍ର ୬୫୧୨ ଓ ୯୨୦୦ ଟଙ୍କାରେ କାର୍ଯ୍ୟ କରୁଥିଲେ ଯାହାକି ଏବେ ବୃଦ୍ଧି ହୋଇ ୧୧,୦୦୦ ଓ ୧୩୮୦୦ ଟଙ୍କା ହୋଇଛି ।