oom

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଣ୍ଟାମାଳ ନିର୍ବାଚନ ମଣ୍ତଳି ବିଜେଡି ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧିକୁ ପ୍ରତିବାଦ କରାଯିବା ସହ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଣ୍ଟାମାଳ ବ୍ଲକ ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମନମୁଖି ଶାସନ ଯୋଗୁଁ ସାବୁନଠୁ ଆରମ୍ଭ କରି ରନ୍ଧନ ଗ୍ୟାସ, ପେଟ୍ରୋଲ ଡିଜେଲ, ଖାଇବା ତେଲ, ଡାଲି, ଔଷଧ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍‌ ଆକାଶ ଛୁଆଁ ହେବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇ ସାରିଛି ବୋଲି କହିଛି ବିଜେଡି । ଦରଦାମ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ବିଜେଡିର ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ବିଧାୟକ ମହିଧର ରଣା କହିଛନ୍ତି । କଣ୍ଟାମାଳ ବିଧାୟକ ଶ୍ରୀ ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ବୌଦ୍ଧ ବ୍ଲକ ଅଧକ୍ଷା ରେବତୀ ମହାଳିକ, ବିଜୁ ମହିଳା ସଭାନେତ୍ରୀ ମମତା ପଧାନ, କୃଷକ ସେଲ ସଭାପତି ଶାନ୍ତନୁ ଥାଟି, କଣ୍ଟାମାଳ ବ୍ଲକ ସଭାପତି ବିପିନ ଭୋଇ, ଯୁବ ବିଜେଡି ସଭାପତି ଶମ୍ଭୁପ୍ରସାଦ ସାହୁ, ଜିଲ୍ଲା ସାଧାରଣ ସଂପାଦକ ସୁଜିତ ମେହେର, ଜିଲ୍ଲା ଉପସଭାପତି ବିଜୟ ବାରିକ, ବିକ୍ରମ ମହାକୁଡ, ଆଇଟି ସେଲ ସଂଯୋଜକ ପ୍ରଶାନ୍ତ ରଣା, କଣ୍ଟାମାଳ ବ୍ଲକ ଯୁବ ବିଜେଡି ଉପସଭାପତି ମୋତିଲାଲ ରଣା, ଯୁବ ନଭେତା ସୁଧାଂଶୁ ରଣା, ବିପିନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ମୁକ୍ତାସିନୀ ମଲିକ, ଛାତ୍ର କାର୍ଯ୍ୟକାରୀ ସଭାପତି ତନମେୟ ସାହୁ, ପ୍ରଦିପ ଅଗ୍ରୱାଲ, ଦେବୀପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସଂପାଦକ ପ୍ରେମରାଜ ରଣା ସଭା ପରିଚାଳନା ଏବଂ ମୁରଲି ସେଠୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ବିଜେଡି, ଯୁବ ବିଜେଡି, ଛାତ୍ର ବିଜେଡି ଏବଂ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.