oom

ଓଡ଼ିଶା-ମୋ ପରିବାର ଏବଂ କିଡସ୍ ଆନୁକୂଲ୍ୟରେ ଦାନ୍ତ ପରୀକ୍ଷା ଶିବିର

jsmm

କଟକ, ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସେମାନଙ୍କର ଜରୁରୀ ସମୟରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ଚକ୍ଷୁ ପରୀକ୍ଷା ଶିବିର ମାନ ଆୟୋଜନ କରି ମୋତିଆବିନ୍ଦୁର ଅସ୍ତ୍ରୋପଚାର ମାଗଣାରେ କରାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନ କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ୟ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି । ଏହି କ୍ରମରେ ଗତକାଲି ଓଡ଼ିଶା-ମୋ ପରିବାର ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସ୍ (କିଡସ୍)ର ମିଳିତ ଆନୁକୂଲ୍ୟରେ କଟକ ଜଗତପୁର ସ୍ଥିତ ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ୍ କ୍ଲବ୍‌ଠାରେ ପ୍ରଥମ ଥର ପାଇଁ ଏକ ଦନ୍ତ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୯ଟାରୁ ଆରମ୍ଭ ହୋଇ ଏହି ଶିବିରରେ ପ୍ରାୟ ୨୦ଜଣ ଡେଣ୍ଟିସ୍ଟ ଆସି ଲୋକମାନଙ୍କ ମାଗଣାରେ ଦାନ୍ତ ପରୀକ୍ଷା କରିଥିଲେ । ଶିବିରରେ ପ୍ରାୟ ୧୫୦ରୁ ଅଧିକ ବ୍ୟକ୍ତି ଆସି ସେମାନଙ୍କର ଦାନ୍ତ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୫ଜଣ ଡାକ୍ତରଙ୍କ ପରାମର୍ଶ ନେଇଥିବା ବେଳେ ୨୫ଜଣ ସ୍କେଲିଂ, ୫ଜଣ ରିଷ୍ଟୋରେସନ୍ ଏବଂ ୮ଜଣଙ୍କର ଏକ୍ସଟ୍ରାକ୍ସନ ବା ଦାନ୍ତ ଓପଡ଼ାଯାଇଥିଲା । ଏହାଛଡ଼ା ନିୟମିତ ସଠିକ୍ ଭାବେ ବ୍ରସ୍ କରି ଦାନ୍ତ ଏବଂ ପାଟିର ଯତ୍ନ ନେବା ତଥା ରୋଗମୁକ୍ତ ରଖିବା, ଏହା ନକଲେ ଭବିଷ୍ୟତରେ କିପରି ଦାନ୍ତ ପୋକ ଖାଇଯାଏ ସେ ବିଷୟରେ ସଚେତନ କରାଗଲା । ଆହୁରି ମଧ୍ୟ ତମ୍ବାଖୁ ସେବନ ଦ୍ୱାରା ମୂଖ ଗହ୍ୱରରେ କିପରି କ୍ୟାନସର ହୁଏ ସେଥିପ୍ରତି ମଧ୍ୟ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଲୋକମାନଙ୍କୁ ସଚେତନ କରାଗଲା । ଶିବିରକୁ ଦାନ୍ତ ପରୀକ୍ଷା କରାଇବାକୁ ଆସିଥିବା ସମସ୍ତଙ୍କୁ ଡାବର ପକ୍ଷରୁ ଏକ ଡେଣ୍ଟାଲ କିଟ୍ ପ୍ରଦାନ କରାଯାଇଥିଲା । ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟନାୟକଙ୍କ ଦିଗଦର୍ଶନରେ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ କଟକ-ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ-ନଗର ଜୀବନବିନ୍ଦୁ ସଂଯୋଜକ ରଞ୍ଜନ ବିଶ୍ୱାଳ ଏବଂ କଟକ ଜଗତପୁର ସଂପାଦକ ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନିମପୁର ସ୍ପୋର୍ଟ୍ସ ଆଣ୍ଡ କ୍ରିକେଟ୍ କ୍ଲବ୍ ସହଯୋଗରେ ଆୟୋଜିତ ଏହି ଶିବିରକୁ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଏବଂ କିଡସ୍‌ର ସହ-ନିର୍ଦ୍ଦେଶକ ଡା.ଯୁଗଜ୍ୟୋତି ପାଠୀ ଏବଂ ଡା.ସ୍ୱାଧୀନା ପାତ୍ର ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.