କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କଲ୍ୟାଣୀ କଳା କେନ୍ଦ୍ରର ଆଇ କ୍ୟାନ ଡ୍ୟାନ୍ସ କାର୍ଯ୍ୟକ୍ରମ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଦେବେନ୍ଦ୍ର ପଲେଇଙ୍କ ଆବାହକତ୍ଵରେ ଆୟୋଜିତ ଆଇଜିଏଚ୍‌ର ପ୍ରାକ୍ତନ ବରିଷ୍ଠ ଡ଼ାକ୍ତର ପି.କେ ମହାପାତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଶଙ୍କର ଜେନା, ସମାଜସେବୀ ପ୍ରଦୀପ ପଟ୍ଟନାୟକ ଓ ପ୍ରଫୁଲ୍ଲ ସୁନାମୀ, ଆରଏସପିର ମହାପ୍ରବନ୍ଧକ ଏମ୍ ପି ରାଜା ରାଓ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପୂର୍ବରୁ ଦିବ୍ୟାଙ୍ଗ ଓ ଅନ୍ୟାନ୍ୟଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିବା ଲୁସି ଦାଶ, ମୈତ୍ରୀ ମହେଶ୍ବରୀ ପାଢ଼ୀ ଓ ଅମୂଲ୍ୟ ବିଶୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ସେଠୀ ସ୍ବାଗତ ଭାଷଣ, ସମ୍ପାଦକ ହିମାଦ୍ରୀ ପଟ୍ଟନାୟକ ବାର୍ଷିକ ବିବରଣୀ ଓ ସାଧାରଣ ସମ୍ପାଦକ ଶ୍ରୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର ଶୀଳ୍ପିଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.