ବାରିପଦା, (ଦେବସ୍ମିତ ଚୌଧୁରୀ) : ସମୟ ବଦଳୁଛି, ପରିସ୍ଥିତି ବଦଳୁଛି ତତସହିତ ବଦଳୁଛି ପରମ୍ପରା । ରକ୍ତଦାନ ମହାପୂଣ୍ୟ”କୁ ପାଥେୟ କରି ଆଜିର ସମାଜରେ ଆରମ୍ଭ ହୋଇଛି ନୂତନ ପରମ୍ପରା । ଜନ୍ମଦିନରେ ରକ୍ତଦାନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଅନେକ । ଏହି ପରିପେକ୍ଷୀରେ କୁଳିଅଣା ବ୍ଲକର ଧଡ଼ିପଡ଼ା ଗ୍ରାମର ଗୌରୀମଣୀ ବାସ୍କେଙ୍କ ଜନ୍ମଦିନରେ ନିଜେ ଏବଂ ତାଙ୍କ ସ୍ୱାମୀ ବୈଦ୍ୟନାଥ ମୁର୍ମୁ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ନାରାୟଣ ସେବା ଟ୍ରଷ୍ଟର ସଦସ୍ୟଙ୍କ ଉପସ୍ଥିତିରେ ରକ୍ତଦାନ କରିଥିଲେ । ପ୍ରକାଶ ଥାଉକି ଉଭୟ ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀରେ ଲଗାତାର ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ଲୋକନାଥ ମହାନ୍ତ, ଜୟ ପ୍ରକାଶ ମହାନ୍ତ, ହିମାଂଶୁ ପ୍ରହରାଜ, ଅଭିଜିତ ପଣ୍ଡା, ବସନ୍ତ କୁମାର ହାଁସଦା, ଦିଲ୍ଲୀପ କୁମାର ତୁଙ୍ଗ, ଅରବିନ୍ଦ ମୂଖୀ, ସୀତାମଣୀ ମୁଖି, ରାଜଲକ୍ଷ୍ମୀ ମିଶ୍ର, ସୌଦାମିନୀ ସାହୁ ଓ ସୁମିତା ଚୌବେ ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କୁ ମାନପତ୍ର, ଉପଢୌକନ ଓ ଚାରାଗଛ ଦେଇ ଉତ୍ସାହିତ କରିଥିଲେ ।
