ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ଦୁର୍ଘଟଣାରେ ୧୮ ଜଣ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା ଦୁର୍ଘଟଣାରେ ୧୮ ଜଣ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି । ଏମାନଙ୍କ ମଧ୍ୟରୁ ୧୧ ଜଣ ମହିଳା ଥିବା ବେଳେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ପ୍ଲାଟଫର୍ମରେ ଲୋକଙ୍କ ଭିଡ଼ କାରଣରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି । ରେଳ ଷ୍ଟେସନରେ ପ୍ରତି ଘଣ୍ଟାକୁ ୧୫୦୦ ଜେନେରାଲ ଟିକେଟ୍ କଟାଯାଉଥିବା ରେଳ ବିଭାଗ ସୂଚନା ଦେଇଛି । ତେବେ ସନ୍ଧ୍ୟାରୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଜମିବା ଆରମ୍ଭ ହୋଇଥିଲା ତଥାପି ପ୍ରଶାସନ ସମୟ ମଧ୍ୟରେ ବ୍ୟବସ୍ଥା ଏବଂ ପରିଚାଳନା ପ୍ରତି ଯତ୍ନ ନେଇ ନ ଥିଲା

Leave A Reply

Your email address will not be published.