oom

ପଛୁଆବର୍ଗ ସର୍ଭେ ନେଇ ଜିଲ୍ଲା ପ୍ରଶାସନକୁ ଭେଟିଲେ ଓବିସି ପ୍ରତିନିଧି ଦଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ତଥା ସର୍ଭେ ଦାୟିତ୍ୱରେ ଥିବା ଡେପୁଟି ଜିଲ୍ଲାପାଳ ହିତାଂଶୁ ଶେଖର ସାମଲଙ୍କୁ ଭେଟି ପଛୁଆବର୍ଗ ପାଇଁ କରାଯାଉଥିବା ସାମାଜିକ ଶିକ୍ଷାଗତ ସର୍ଭେକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି । ମଂଚର ସଂପାଦକ ପ୍ରଦେଶୀ ବିଶ୍ୱାଳ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି କହିଲେ ଯେ, ଜିଲ୍ଲାରେ ପଛୁଆବର୍ଗଙ୍କ ସାମାଜିକ ଶିକ୍ଷାଗତ ଡାଟା ସଂଗ୍ରହ ପାଇଁ ସର୍ଭେ କାମ ମଇ ୧ରୁ ସର୍ଭେ ସେଂଟରମାନଙ୍କରେ ଚାଲିଛି । ଆଜକୁ ୧୧ ଦିନ ବିତି ଯାଇଥିଲେ ହେଁ ଏ ବାର୍ତ୍ତା ଜିଲ୍ଲାର ପଛୁଆବର୍ଗଙ୍କୁ ଜଣା ନାହିଁ ଓ ସର୍ଭେ କାମ ୨୦-୨୫% ବି ସରି ନାହିଁ । ପୁନଶ୍ଚ ଏ ବର୍ଗର ଅଧିକାଂଶ ଲୋକେ କୃଷକ, ଶ୍ରମିକ, ଦିନ ମଜୁରିଆ, ଖଟିଖିଆ ତଥା ସଚେତନତା ହୀନ ନାଗରିକ । ଏଣୁ ଯଦି ଏପରି ଚାଲେ ତେବେ ୫୦ ଭାଗ ଡାଟା ବି ସଂଗ୍ରହ ହୋଇ ପାରିବ ନାହିଁ । ଏଣୁ ସର୍ଭେ କାର୍ଯ୍ୟକୁ ଶତପ୍ରତିଶତ ସଫଳ କରିବାକୁ ହେଲେ ସର୍ଭେ ସମ୍ବନ୍ଧିତ ସୂଚନାକୁ ପ୍ରଚାରପତ୍ର, ଡାକବାଜୀ ଯନ୍ତ୍ର, ଚଳଚ୍ଚିତ୍ର ଛବି ମାଧ୍ୟମରେ ବିସ୍ତୃତ ଭାବେ ପ୍ରଚାର ପ୍ରସାର କରାଯାଉ । ଏହା ସହ ପଛୁଆବର୍ଗ ଲୋକଙ୍କୁ ସାମାଜିକ ଓ ଶିକ୍ଷାଗତ ଡାଟା ଦେବା କାମରେ ପ୍ରେରିତ କରି ସେମାନଙ୍କୁ ସର୍ଭେ ସେଂଟରକୁ ଆଣିବାକୁ ଅଙ୍ଗନୱାଡି ଓ ଆଶା କର୍ମୀମାନଙ୍କୁ ନିୟୋଜିତ କରିବାକୁ ନିବେଦନ କରିଥିଲେ । ମଂଚର ଏହି ଦାବୀକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ଆଗ୍ରହର ସହ ଶୁଣିଥିଲେ ଓ ଜିଲ୍ଲା ପ୍ରଶାସନର ସୂଚନା ମୁତାବକ ୩୫% ସର୍ଭେ କାମ ସରିଛି ଓ ୨୭ ତାରିଖ ସୁଦ୍ଧା ଶତପ୍ରତିଶତ ସର୍ଭେ କାମ କରିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ ବୋଲି ପ୍ରତିଶୃତି ଦେଇ କହିଥିଲେ ଯେ, ପ୍ରଶାସନ ଡାକବାଜୀ ଯନ୍ତ୍ର ଯୋଗେ ପ୍ରଚାର କରାଯିବାକୁ, ପୋଷ୍ଟର ଓ ଲିଫଲେଟ ବଂଟନ କରି ଲୋକଙ୍କ ପାଖରେ ସୂଚନା ପହଂଚାଇବାକୁ ବ୍ୟବସ୍ଥା କରାଯିବ ଓ ସର୍ଭେକୁ ସଫଳ କରାଯିବ । ଏହି କାମରେ ପଛୁଆବର୍ଗର ସାମାଜିକ ସଂଗଠନମାନେ ସହଯୋଗ କରିବାକୁ ଶ୍ରୀ ଧରୁଆ ଆଗ୍ରହ ପ୍ରକାଶ କରିଥିଲେ । ଏହି ପ୍ରତିନିଧି ଦଳରେ ସରୋଜ କୁମାର ମେଶ୍ୱା ସଭାପତି ଡୁମାଲ ସମାଜ, ବିଘ୍ନରାଜ ଡାଙ୍ଗ ଷାଠିଏ ଘର ଡୁମାଲ ସମାଜ ଲୋଇସିଂହା ବ୍ଲକ, ବେଲାରସିଂହ ଭୋଇ ସଭାପତି ବଲାଙ୍ଗିର ଜିଲ୍ଲା କୁଲତା ସମାଜ ହର୍ଡାଟାଲ, ରବୀନ୍ଦ୍ର କୁମାର ପଧାନ ସଭାପତି କୁଲତା ସମାଜ ବଲାଙ୍ଗିର, ବିଦେଶୀ ପଧାନ ସଂପାଦକ କୁଲତା ସମାଜ ବଲାଙ୍ଗିର, ପୂର୍ଣଚନ୍ଦ୍ର ବିଶ୍ୱାଳ, କେଶବ କରଣ ଓ ଆନନ୍ଦ କର୍ମୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.