ରୋଟାରୀ କ୍ଲବ ଅଫ୍ କଟକ ଅଭିନବ ତରଫରୁ ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳିତ : ୨୬ ଜଣ ଚିକିତ୍ସକ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଭିନବ ତରଫରୁ ଜୁଲାଇ ୧ ତାରିଖ ଶନିବାର ଦିନ ଦି ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ରୋଟାରି କ୍ଲବ୍ ଅଫ୍ ଅଭିନବ କଟକର ସଭାପତି ଆଲୋକ କୁମାର ସାହୁଙ୍କ ସଭାପତିତ୍ୱରେ ଜାତୀୟ ଡାକ୍ତର ଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଷ୍ଟ୍ରିକ୍ ଗଭର୍ଣ୍ଣର ଡିଷ୍ଟ୍ରିକ୍ ୩୨୬୨ ରୋଟାରିୟାନ୍ ଜୟଶ୍ରୀ ମହାନ୍ତି ଡାକ୍ତରମାନେ ଦ୍ଵିତୀୟ ଇଶ୍ୱର ବୋଲି ମତବ୍ୟକ୍ତ କରିଛନ୍ତି । ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଡାକ୍ତରମାନେ ସେବା କାର୍ଯ୍ୟ କରି କୋଭିଡ୍ ମହାମାରୀ ଏବଂ ମହାନଗା ରେଳ ଦୁର୍ଘଟଣାରେ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମତବ୍ୟକ୍ତ କରିଛନ୍ତି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ଃ ନିରଞ୍ଜନ ତ୍ରିପାଠୀ ଯୋଗଦେଇ ଡାକ୍ତରମାନେ ସେବା କାର୍ଯ୍ୟକୁ ଜୀବନର ବ୍ରତ ରୂପେ ବାଛି ନେଇ ସମାଜର ହିତସାଧନ କରିବା ସହ ମଣିଷ ସମାଜକୁ ଶ୍ରେଷ୍ଠ ଉପହାର ପ୍ରଦାନ କରିଛନ୍ତି ବୋଲି ମତପୋଷଣ କରିଛନ୍ତି । ପ୍ରତିବର୍ଷ ଜୁଲାଇ ମାସ ୧ ତାରିଖରେ ଭାରତ ରତ୍ନ ଡଃ ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିରେ ରୋଟାରିୟାନ୍ ଶ୍ରୀ ସାହୁ ପାଳନ କରିଆସୁଛନ୍ତି । ରୋଟାରୀ କ୍ଲବ କଟକ ଅଭିନବ ଚାର୍ଟର ସଭାପତି ରୋଟାରିୟାନ୍ ଗୋପାଳକୃଷ୍ଣ ମହାନ୍ତି ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ନୂତନ ଗବେଷଣା ଦ୍ଵାରା ଅସାଧ୍ୟ ରୋଗ ନିରାକରଣ ହୋଇପାରୁଛି ବୋଲି ମତବ୍ୟକ୍ତ କରିଛନ୍ତିି । ଏହି ଅବସରରେ ରୋଟାରୀ କ୍ଲବ ଅଫ୍ କଟକ ଅଭିନବ ତରଫରୁ ଡଃ ଜୟନ୍ତ ପଣ୍ଡା, ଡଃ ସ୍ୱାତୀ ମଲ୍ଲୀକ, ଡଃ ଅନଙ୍ଗ ଦ୍ଵିବେଦୀ, ଡଃ ନିରଞ୍ଜନ ତ୍ରିପାଠୀ, ଡଃ ଶକ୍ତି ପ୍ରସାଦ ସାହୁ, ଡଃ ଉତ୍ତମ ଚରଣ ସାହୁ, ଡଃ ଅଶୋକ ଉପାଧ୍ୟାୟ, ଡଃ ସରୋଜ କୁମାର ତ୍ରିପାଠୀ, ଡଃ ନିକିତା ଲେଙ୍କା, ଡଃ ମୋନାଲିସା ପଣ୍ଡା, ଡଃ ଶ୍ରୀନିବାସ ରଥ, ଡଃ ବସନ୍ତ କୁମାର ବେହେରା, ଡଃ ସହଶ୍ରାଂଶୁ ପୃଷ୍ଟି ପ୍ରମୁଖ ଚିକିତ୍ସକମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଏହି ଅବସରରେ ସମସ୍ତ ଚିକିତ୍ସକ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ରୋଟାରୀ କ୍ଳବ୍ କଟକ ଅଭିନବ ତରଫରୁ ରୋଟାରିୟାନ୍ ଜୀବନ ପଟ୍ଟନାୟକ, ବିଶ୍ୱନାଥ ପଣ୍ଡା, ମନୋରମା ଜେନା, ରାଜକୁମାର ବସ୍ତିଆ, ଶ୍ରୀନିବାସ ରଣା, ଅମ୍ରିତା ରାଉତରାୟ, କିଶୋର କୁମାର ଜେନ, ଉମାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ରୋଟାରିୟାନ ବିଶ୍ୱନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.