ଅଷ୍ଟମ ବାଟାଲିୟନ୍‌ ହାବିଲଦାର ଓ ସିପାହୀ ଶାଖା ସଂଘ ପାଇଁ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଥିବା ଅଷ୍ଟମ ବାଟାଲିୟନରେ ସିପାହୀ ଶାଖା ସଂଘର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଯାଇଛି । ବୁଧବାର ଦିନ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦାପ୍ରସାଦ ଦାଶଙ୍କ ନିକଟରେ ମୋଟ୍‌ ୨୨ ଜଣ ବିଭିନ୍ନ ପଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ସଭାପତି, ଉପସଭାପତି, ସମ୍ପାଦକ ‘କ ‘ ଓ ‘ଖ’ କୋଷାଧ୍ୟକ୍ଷ ଓ ୫ କାର୍ଯ୍ୟକାରୀ ସଭ୍ୟ ପଦ ପଦବୀ ପାଇଁ ଆସନ୍ତା ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ୧୯ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଯାହାକୁନେଇ ଯୋର୍‌ ସୋର୍‌ରେ କ୍ୟାପେନିଙ୍ଗ ଆରମ୍ଭ ହୋଇଯାଇଛି । ଫଳରେ ହାବିଲଦାର ଓ ସିପାହୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.