oom

ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସଇଁତଲା ପୋଲିସ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଡକାୟତି କରିବା ସହ ଗାଡି ଭଙ୍ଗାରୁଜା ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ସଇଁତଲା ଥାନା କେସ ନଂ ୩୯୨/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ଥାନା ଅଞ୍ଚଳର ଚଉଳଶୁଖା ଗାଁର ଓମ୍‌ ପ୍ରକାଶ ମେହେର (୨୬), ସୁନୀଲ ପଟେଲ (୨୦), ଅମିତ ବେସନ (୨୬) ମାଳିପଡ଼ା, ମେଘମୋହନ ଗହୀର (୨୬) ବନ୍ଦପଡା ଓ ଡ୍ରାଇଭର କୌତୁକ ନାଗ କର୍ଲାବାହାଲି ଗ୍ରାମର ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ୩୦ ତାରିଖ ଦିନ ଶନିବାର ଦିନ ଅପରାହ୍ନ ୪ଟା ସମୟରେ ସଇଁତଲାସ୍ଥିତ ତେତେଲପଡାରୁ ଏକ ପିକଅପ ନଂ ଓଡି ୦୩ ଭି ୬୯୮୯ ଗାଡି ଯୋଗେ ମୁରିବାହାଲ ଥାନା ଦେବଙ୍ଗକୁ ଭଡା ଯାଇ ସନ୍ଧ୍ୟାରେ ସଇଁତଲାକୁ ଫେରୁଥିବା ବେଳେ ପଛରେ ଏକ ଆର୍ଟିକା ଗାଡି ନଂ ଓଡି୦୩ ୱାଇ ୧୩୪୭ ପିକ୍‌ଅପ୍‌ ଗାଡିକୁ ପିଛା କରି ଆସୁଥିବା ବେଳେ ରାସ୍ତାରେ ପିକ୍‌ଅପ୍‌ ଗାଡି ଉପରକୁ ଟେକାପଥର ମାଡ଼ କରିଥିଲେ । ଏହା ପରେ ପିକ୍‌ଅପ୍‌ ଡ୍ରାଇଭର ସ୍ପିଡ଼ରେ ଆସୁଥିବା ବେଳେ ପୁଣି ସଇଁତଲା ଥାନା କୁମ୍ଭାରୀ ଗାଁଠାରେ ପିକ୍‌ଅପ୍‌କୁ ଅଟକାଇ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିବା, ଗାଡିକୁ ଭଙ୍ଗାରୁଜା ସାଙ୍ଗକୁ ଡ୍ରାଇଭରଙ୍କଠାରୁ ଟଙ୍କା ଲୁଟ କରିଥିବା ନେଇ ଡ୍ରାଇଭର ସମାରୁ ଭୋଇ ସଇଁତଲା ଥାନାରେ ଲିଖିତ ଏତଲାରେ ଦର୍ଶାଇଛନ୍ତି । ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳ ବ୍ଲକ ଛକଠାରେ ପହଂଚି ଜଗି ରହିଥିଲା । ପରେ ଡକାୟତ ଦଳ ଗାଡିରେ ବସିଥିଲା ୫ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ଗାଡିକୁ ଜବତ କରି ଥାନାକୁ ଆଣିଥିଲେ । ପରେ ପୋଲିସ ଲୁଟ କରିଥିବା ୩୬ ଶହ ଟଙ୍କା ମୋବାଇଲ ଫୋନ ଓ ଗାଡି ଚାବିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ଘଟଣା ତଦନ୍ତ କରୁଥିବା ଜଣାପଡିଛି । ଖବର ପାଇଁ ସ୍ଥାନୀୟ ସଇଁତଲା ଡ୍ରାଇଭର ସଂଘର ସମସ୍ତ କର୍ମକର୍ତ୍ତା ସଇଁତଲା ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରି ଅଭିଯୁକ୍ତଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ ।

jittmm
Leave A Reply

Your email address will not be published.