centurian jitm

ବାମରା ମୁକ୍ତିଧାମ ନିର୍ମାଣ କମିଟି ଦ୍ୱାରା ୪ ସୁତ୍ର ଦାବୀ ନେଇ ୨୮ ଜୁଲାଇରୁ ବାମରା ବନ୍ଦ ଡାକରା

nschool

ସମ୍ବଲପୁର : ବାମରା ଗୋବିନ୍ଦପୁର କଲ୍ୟାଣ ମଣ୍ଡପଠାରେ ବାମରା ନାଗରିକ କମିଟିର ତତ୍ୱାବଧାନରେ ମୁକ୍ତିଧାମ ନିର୍ମାଣ କମିଟି, ରେଳ କ୍ରିୟାନୁଷ୍ଠାନ କମିଟି, ବାମରା ବଣିକ ସଂଘ ଓ ଅନ୍ୟ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୨୦୦ ବର୍ଷ ପୁରୁଣା ଷ୍ଟେସନ ବସ୍ତି ବାଘ୍‌ପଡ଼ା ଘାଟି ମୁକ୍ତିଧାମ ଜମିରେ ଥିବା ଶବଦାହ ସେଡ, ପ୍ରତିକ୍ଷାଳୟ ସମେତ ୨୦୦ରୁ ଅଧକ ସମାଧିକୁ ପୋକଲେନ୍ ମେସିନ ବ୍ୟବହାର କରି ଭାଙ୍ଗି ଥିବା ଭì ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଶବ ସତ୍କାର ପାଇଁ ବ୍ୟବହୃତ ହେଉଥିବା ୧.୭୨ ଏକର ସରକାରୀ ଜମିକୁ ମଶାଣି ନାମରେ ପଟ୍ଟା ଦେବା ପାଇଁ ବାମରା ପୂର୍ବ ରେଳ ଫାଟକ ପାଖରେ ଗୋଟିଏ ଅଣ୍ଡର ପାସ (ଏଲଏଚଏସ) ନିର୍ମାଣ କରିବା, ଝାରସୁଗୁଡ଼ା ଆରପିଏଫ ଇନ୍ସପେକ୍ଟର ରାକେଶ ମୋହନ ଦ୍ଵାରା ମହିଳା ଆନ୍ଦୋଳନକାରୀଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ବାମରାରେ କ୍ୟାମ୍ପ କରି ସମନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ତଥା ବାମରା ରେଳ ଫାଟକରେ ପାଣି ଜମା ହେବା ଓ ଭିଡ଼କୁ ନିୟନ୍ତ୍ରଣ ପାଇଁ ସମୁଚିତ ବ୍ୟବସ୍ଥା ଦାବୀ ନେଇ ଦାବୀ ପୂରଣ ନ ହେବା ଯାଏ ବାମରା ବନ୍ଦ କରିବା ପାଇଁ ସର୍ବ ସମ୍ମତିରେ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ନାଗରିକ କମିଟି ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ସଚିବ ଜ୍ୟୋତି କୁମାର ଲାଠ, ଉପାଧକ୍ଷ ମନମୋହନ ସାହୁ, ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ଅନୁଭଵ ଲାଠ, କ୍ୟାସିଅର୍ ପ୍ରଶାନ୍ତ ଶତପଥୀ, ବଣିକ ସଂଘ ସଭାପତି ମନୋଜ ଚୌଧୁରୀ, ସଦସ୍ୟ ସୁବାସ ସାହୁ, ସୁଶିଲ ପ୍ରସାଦ, ମୁକ୍ତିଧାମ ନିର୍ମାଣ କମିଟି ଅଧ୍ୟକ୍ଷ ଇନ୍ଦ୍ରଦେଵ ଚୌଧୁରୀ, ଉପଦେଷ୍ଟା ନରେଶ ସିଂହ ଠାକୁର, ବିଷ୍ଣୁ ଅଗ୍ରୱାଲ, ସନ୍ତୋଷ ପାଣ୍ଡେ, ଅଜୟ ଚୌଧୁରୀ, ବିଷ୍ଣୁ ଶର୍ମା, ମହାବୀର ଅଗ୍ରୱାଲ, ଗିରିନ୍ଦ୍ର ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଲକ୍ଷ୍ମୀଧର ସାହୁ, ତାପସ ସରକାର, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଉପଦେଷ୍ଟା ଗୋପାଳ ଅଗ୍ରୱାଲ, ଦିଲୀପ ଅଗ୍ରୱାଲ, ନାଗରିକ କମିଟିର ସଦସ୍ୟ ପ୍ରଦୀପ ବେହେରା, କମଳ ସାହୁ, ଘନଶ୍ୟାମ ପଣ୍ଡା, ଶିଶିର ମଲିକ, ବିଶ୍ଵ ହିନ୍ଦୁ ପରିଷଦର ବିନୟ ପଣ୍ଡା, ସାମ୍ବାଦିକ ମନୋଜ ରାଜ, ସନ୍ତୋଷ ଶୁକ୍ଳା, ରାଜା ଖାନ ସମେତ ଅନ୍ୟ ସାମାଜିକ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ । ମୁକ୍ତିଧାମ ନିର୍ମାଣ କମିଟି ଆନୁକୁଲ୍ୟରେ ହେବାକୁ ଥିବା ବାମରା ବନ୍ଦକୁ ନାଗରିକ କମିଟି, ରେଳ କ୍ରିୟାନୁଷ୍ଠାନ କମିଟି, ବଣିକ ସଂଘ, ସାମ୍ବାଦିକ ସଂଘ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ, ମାରୱାଡ଼ି ମହିଳା ସମିତି, ଅଗ୍ରୱାଲ ମହିଳା ସମିତି, ବଜରଙ୍ଗ ଦଳ, ସ୍ଥାନୀୟ ମୁସଲିମ ସମାଜ, ସବୁ ରାଜନୈତିକ ଦଳ, ଜନ ପ୍ରତିନିଧି ବନ୍ଦକୁ ସମର୍ଥନ ଓ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ।

Leave A Reply

Your email address will not be published.