ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସାପ୍ତାହିକ ବଜାର ନିକଟରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ତରଫରୁ ଦୂର ଦୂରାନ୍ତରୁ ବଜାର କରି ଆସିଥିବା ତଥା ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସାଲେଭଟା ଫାଣ୍ଡି ଅଧିକାରୀ ରବନ୍ଦ୍ର କୁମ୍ଭାର ଉଦ୍ଘାଟନ କରିଥିଲେ । ଲୋକେ ପ୍ରଚଣ୍ଡ ଖରାରେ ଦହି ସରବତ ପାଣି ପିଇ ବେଶ ତୃପ୍ତି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବୁଦ୍ଧଦେବ ସାହୁ, ସଂଯୋଗ ସାହୁ, ପିଣ୍ଟୁ ଯୋଶୀ, ଗୋବିନ୍ଦ ସାହୁ, ବିଶ୍ୱାମିତ୍ର ସାହୁ, ବିଟୁ ନାୟକ, ତିନି ନାୟକ, ଦିବ୍ୟ ତ୍ରିପାଠୀ ଓ ରିଙ୍କୁ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଂଗଠନର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଭୂୟସି ପ୍ରଶଂସା କରିଥିଲେ ।