ଖପ୍ରାଖୋଲ ପୋଲିସ ଦ୍ୱାରା ପାଞ୍ଚ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ଶନିବାର ଦିନ ୫ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ତେଲେନପାଲି ପଞ୍ଚାୟତ ଅନ୍ତର୍ଗତ ଜୁନାନିବାହାଲ ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଦୁଇଟି ବାଇକରେ କିଛି ଦାଦନ ଶ୍ରମିକ ଲାଠୋରକୁ ଯାଉଥିବା ବେଳେ ପୋଲିସ ଖବର ପାଇ ତେଲେନପାଲି ଛକ ନିକଟରେ ଚଢାଉ କରି ଉଦ୍ଧାର କରିଥିଲେ । ଶ୍ରମିକଙ୍କୁ ସ୍ଥାନୀୟ ଜୁନାନିବାହାଲ ଗ୍ରାମର ଦାଦନ ସର୍ଦ୍ଦାର ପଙ୍କଜ ଧରୁଆ(୨୩)ଙ୍କ ତରଫରୁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୋର ନିକଟସ୍ଥ ଚିକ୍କାତିରୁପତିକୁ ଚାଲାଣ କରୁଥିବା ପୋଲିସ ପ୍ରକାଶ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୩/୨୦୨୩ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/୪୨୦/୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକଙ୍କୁ ନିଜ ଘରକୁ ପଠାଇ ଦେଇଥିବା ସହ ଅଧିକ ତଦନ୍ତ କରୁଥିବା କେସ ତଦନ୍ତକାରୀ ଅଧିକାରୀ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.