oom

ବେଆଇନ ଦାଦନ ଚାଲାଣ ବେଳେ ୨୫ ଦାଦନ ଶ୍ରମିକ ଉଦ୍ଧାର

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଚାଲାଣ ବେଳେ ତୁରେକେଲା ପୋଲିସ ଦ୍ୱାରା ଚଢାଉ । ପୋଲିସ ପେଟ୍ରୋଲିଙ୍ଗ ସମୟରେ ଚଢାଉ କରି ୨୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ପୁରୁଷ ୧୧ଜଣ ମହିଳା ଥିବାବେଳେ ୪ ଜଣ ଶିଶୁ ଥିବା ଜଣାପଡିଛି । ବଲାଙ୍ଗିର ଏବଂ ନୂଆପଡା ଅଞ୍ଚଳରୁ ଦାଦନ ଚାଲାଣ ଏକ ନିୟମିତ ପ୍ରକ୍ରିୟା । ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଦଲାଲଙ୍କ ପ୍ରରୋଚନାରେ ଲୋକେ ବାହାର ରାଜ୍ୟକୁ ଯାଇଥାନ୍ତି । ତୁରେକେଲା ପୁଲିସ ପଖନମୁଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ପିକଅପ ଭ୍ୟାନରେ କିଛି ଲୋକ ଯାଉଥିବା ଦେଖିବାକୁ ପାଇଥିଲେ । ଗାଡି ଅଟକାଇ ପଚରାଉଚରା କରିବାକୁ ଚେଷ୍ଟା କରିବା ବେଳେ ଜାଣିବାକୁ ପାଇଥିଲେ ଗାଡିରେ ୪ଜଣ ଶିଶୁ ସମେତ ୨୧ଜଣ ଶ୍ରମିକଙ୍କୁ ନୂଆପଡା ଜିଲ୍ଲା ସିନାପାଲି ଥାନା ଟିମନପୁର ଗ୍ରାମର ଦାଦନ ସର୍ଦ୍ଦାର ଲାଏବାନ ସୁନାନୀ ଏବଂ ତାର ସହଯୋଗୀ ଲିଙ୍ଗେଶ୍ୱର ଦଣ୍ଡସେନା ସେମାନଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ସେମାନଙ୍କୁ ମୋଟା ଅଙ୍କର ପ୍ରରୋଚନା ଦେଇ ଦାଦନ ସର୍ଦ୍ଦାର ଗାଡିରେ ସେମାନଙ୍କୁ କଣ୍ଟାବାଞ୍ଜି ଷ୍ଟେସନକୁ ନେଉଥିଲା କିନ୍ତୁ ପୁଲିସ ହାବୁଡରେ ପଡିଥିଲେ ସମସ୍ତେ । ଏନେଇ ତୁରେକେଲା ଥାନା କେସ ନଂ ୩୯୧/୨୦୨୪ରେ ଏକ ମାମଲା ଋଜୁ କରିଥିବାବେଳେ ଦୁଇ ଅଭିଯୁକ୍ତ ସର୍ଦ୍ଦାର ଲାଏବାନ ସୁନାନୀ ଏବଂ ଲିଙ୍ଗେଶ୍ୱର ଦଣ୍ଡସେନାକୁ କୋର୍ଟ ଚାଲାଣ କରାଯାଇଥିବା ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି । ପୁଲିସ ସମସ୍ତ ଶ୍ରମିକଙ୍କୁ ଥାନାକୁ ଆଣି ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନଙ୍କୁ ନିଜ ଗାଁକୁ ପଠାଇ ଦେଇଛି ।

jittmm
Leave A Reply

Your email address will not be published.