ଖପ୍ରାଖୋଲ ପୋଲିସ ଦ୍ୱାରା ୩ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ୩ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗୁରୁବାର ସକାଳ ଦଶଟାରେ ପିଙ୍କି ବସ୍‌ ଯୋଗେ କିଛି ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ପୋଲିସ ଖବର ପାଇ ହରିଶଙ୍କର ଛକଠାରେ ବସ ଉପରେ ଚଢାଉ କରି ୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିବା ବେଳେ ସେମାନଙ୍କୁ ପଚରାଉଚରା ପରେ ସେମାନଙ୍କୁ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗ୍ରାମର ଦାଦନ ସର୍ଦ୍ଦାର ବାସୁଦେବ ନାଗ ସେମାନଙ୍କୁ ପ୍ରଥମେ ଲାଠୋର ଓ ପରେ ବିଜୟନଗରମ ବେଆଇନ ଭାବେ ଚାଲାଣ କରୁଥିବା ଜଣାଯାଇଛି । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ଖପ୍ରାଖୋଲ ଥାନା କେସ ନଂ ୧୮୯/୨୦୨୩ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/୪୨୦/ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ଏବଂ ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.