jayashree

ବେଆଇନ ଦାଦନ ଚାଲାଣ ବେଳେ ଖପ୍ରାଖୋଲ ପୁଲିସର ଚଢାଉ : ୨୦ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଶୁକ୍ରବାର ବେଆଇନ ଦାଦନ ଚାଲାଣ ଉପରେ ଚଢାଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ ସମେତ ୨୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ଭୋରରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗମ୍ଭାରୀ ଛକ ନିକଟରେ ଏକ ବୋଲେରୋ ଗାଡ଼ିରେ ଶ୍ରମିକ ଯାଉଥିବା ବେଳେ ଚଢାଉ କରି ୩ ମହିଳା, ୩ ପୁରୁଷ ସହ ଚାରି ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଆଣିଥିବା ବେଳେ ବୋଲେରୋ ଗାଡ଼ି ଜବତ କରି ଦାଦନ ସର୍ଦ୍ଦାର ଟଙ୍କଧର ପଟେଲଙ୍କୁ ଅଟକ ରଖିଛି । ଉଦ୍ଧାର ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ବୁଢ଼ିବାହାଲ୍ ଗାଁର ବୋଲି ଜଣାପଡିଛି । ସେହିପରି ଭେଲୁଆଖୋଲ୍ ଗାଁ ନିକଟରେ ଏକ ଯାତ୍ରୀବାହୀ ବସରେ ଚଢାଉ କରି ପୋଲିସ ୮ ଜଣ ଶିଶୁ ସହ ୭ ଜଣ ମହିଳା ଓ ୭ ଜଣ ପୁରୁଷଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକ ମାନେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ରଜବାହାଦୂରପୁରର ବୋଲି ଜଣାପଡିଛି । ଏମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଦୟାନନ୍ଦ ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇ ଥିବା ଜଣାପଡିଛି । ଦୁଇଟି ଯାକ ବେଆଇନ ଦାଦନ ଚାଲାଣ କଣ୍ଟାବାଞ୍ଜି ନିକଟସ୍ଥ ଖୁଟୁଲୁମୁଣ୍ଡାର ଜଣେ ଦାଦନ ସର୍ଦ୍ଦାର ମଧ୍ୟରେ ହେଉଥିବା ବେଳେ ସେଠାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୋଇଥାନ୍ତେ ବୋଲି ପୋଲିସ ସୂଚନା ଦେଇଛି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ଏନେଇ କେସ ନଂ ୧୭୨/୨୨ଓ ୧୭୩/୨୨ରେ ଦୁଇଟି ପୃଥକ ମାମଲା ରୁଜୁ କରି ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.