jayashree

୭ ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଥିବାରୁ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ଶିକ୍ଷା ପ୍ରଦାନ କରିବାରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି । ଏହାସହ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଦିନ ପଶ୍ଚିମ ଓଡ଼ିଶା ସେବା ସଂଗଠନର ଦେଓଗାଁ ବ୍ଲକ ସଂଘ ପକ୍ଷରୁ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ପତ୍ରରେ ଦର୍ଶାଯାଇଥିବା ଦାବୀଗୁଡ଼ିକ ହେଲା :- ବନ୍ଦ ହୋଇଥିବା ଓଡ଼ିଶାର ୧୪ ହଜାର ବିଦ୍ୟାଳୟକୁ ପୁନଃ ଚାଲୁ କରାଯାଉ । ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ୟୁନିଫର୍ମ ପୋଷାକ ଯୋଗାଇ ଦିଆଯାଉଛି, ପୋଷାକ ବାବଦରେ ଖର୍ଚ୍ଚ ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉ । ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଯୋଗୁଁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଯଥା ଶିଘ୍ର ଶିକ୍ଷକ ପଦବୀ ପୂରଣ କରାଯାଉ । ସ୍କୁଲର ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ମରାମତି କରାଯାଉ । ବିଦ୍ୟାଳୟରେ ଶିକ୍ଷକମାନେ ଉଚିତ୍ ସମୟରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଠିକ୍‌ ହିସାବରେ ଶିକ୍ଷା ଦେବା ନେଇ ପଦକ୍ଷେପ ନିଆଯାଉ । ଏଥିରେ ଅବହେଳା କଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଦ୍ୟାଳୟରେ ଛାତ୍ର, ଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉ ଥିବାରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ପଛାଉ ନାହାନ୍ତି । ଏଥିପ୍ରତି ପଦକ୍ଷେପ ଗ୍ରହଣ କରିବା ସହ ସଚେତନ କରାଯାଉ । ସରକାରୀ କର୍ମଚାରୀ ନିଜର ପୁଅ ଝିଅଙ୍କୁ ସରକାରୀ ସ୍କୁଲରେ ପାଠ ପଢାଇବା ବାଧ୍ୟତାମୂଳକ କରାଯାଉ ବୋଲି ୭ ଦଫା ଦାବୀପତ୍ର ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ବେଳେ ସେହି ଦାବୀପତ୍ରର ଏକକିତା ନକଲ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କୁ ଦିଆ ଯାଇଥିବା ସଂଘ ପକ୍ଷରୁ ଜଣାପଡିଛି । ଏହି ଦାବୀପତ୍ର ପ୍ରଦାନ ଅବସରରେ ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ସମାଜ ସେବୀ ନକୁଳ ସାହୁ, ଦଳିତ ନେତା କପିଳ କୁମ୍ଭାର, ଯୁବ ସଭାପତି ଦୈତାରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.