oom

୨୦୨୧ ଫସଲ ବୀମା ରାଶି ଓ ଇନଫୁଟ ସବସିଡି ପ୍ରଦାନ ଦାବୀରେ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ସହିତ ମରୁଡି ସହାୟତା ଇନପୁଟ ରାଶି ଆଜି ପର୍ଯ୍ୟନ୍ତ ନ ମିଳିବାରୁ ପ୍ରଦାନ କରିବା ଦାବୀରେ ଏକ ୪ ଦଫା ସମ୍ମିଳିତ ଦାବୀପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପାଇକମାଲ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ୨୦୨୧ ମସିହାରେ ଅଞ୍ଚଳରେ ମରୁଡି ପରିସ୍ଥିତି ଉପୁଜିଥିଲା, ଯାହା ଫଳରେ ଚାଷୀଙ୍କ ଅବସ୍ଥା ଦୋହଲି ପଡ଼ିଥିଲା । ଅନ୍ୟ ପକ୍ଷରେ ଏଚଡିଏଫସି ଗାର୍ ଗୋ ବୀମା କମ୍ପାନୀର ମନମୁଖି କାର୍ଯ୍ୟ କରୁଛି ବୋଲି କୃଷକ ସଂଗଠନ ଅଭିଯୋଗ କରିଛି । ଏସଏଲଟିସିର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହେଉନଥିବା, କ୍ରପ୍‌କଟିଙ୍ଗ ଆଧାରରେ ବୀମା ରାଶି ପ୍ରଦାନ କରିବା, କ୍ଳେମ କରାଯାଇଥିବା ପଞ୍ଚାୟତ ଗୁଡ଼ିକର ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବା, ୨୦୨୧ ମସିହାରେ ହୋଇଥିବା ଭୟାଭୟ ମରୁଡି ସହାୟତା ପ୍ରଦାନ କରିବା, କ୍ରପ୍‌କଟିଙ୍ଗ ପ୍ରକୃତ ତଥ୍ୟ ସମସ୍ତ ପଞ୍ଚାୟତକୁ ପ୍ରଦାନ କରିବା ଆଦି ଦାବୀପତ୍ରରେ ଉଲ୍ଲେଖ ରଖିଛି । ଆଗାମୀ ଦିନରେ ଯଦି ଦାବୀ ପୂରଣ ନହୁଏ ତେବେ ହିଂସାତ୍ମକ ଆନ୍ଦୋଳନ କରିବା ସହ ସମସ୍ତ ସରକାରୀ ଅଫିସରେ ତାଳା ମାରି ତୀବ୍ରତର ଆନ୍ଦୋଳନ କରିବାକୁ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ପାଇକମାଲ ବ୍ଲକ ରାଜବୋଡାସମ୍ବର କୃଷକ ସଂଗଠନର ବିଶ୍ଵନାଥ ରଣା, ବାଳକୃଷ୍ଣ ବନଛୋର, ରାହାସ ବିହାରି ସାହୁ, ଗୁପତରାମ ବାରିକ, କେଶବ ସାହା, ଦିବ୍ୟକିଶୋର ପୁରୋହିତ, ହୁତାଶନ ପାଣ୍ଡେ, ଭଗବାନ ପ୍ରଧାନ, ଭୁଜ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.