centurian jitm

ସାର କଳାବଜାରୀ କରୁଥୁବା ଡିଲରଙ୍କ ପ୍ରତି ଅଙ୍କୁଶ ଲଗାଇବା ସହ ଲାଇସେନ୍ସ ରଦ୍ଦ କରିବା ଦାବୀରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ଉନ୍ନତ ମାନର ଧାନ, କପା, ପନିପରିବାର ଆଦି ଚାଷ ପାଇଁ ଯଥେଷ୍ଟ ପରିମାଣରେ ସାରର ଆବଶ୍ୟକତା ରହିଛି । ଚଳିତ ଖରିଫ ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣିବା ସଙ୍ଗେ ଜିଙ୍ଗ୍ ଭିଟାମିନ ନେବାକୁ ଚାଷୀଙ୍କୁ ବାଧ୍ୟ କରାଯିବା ସହ ଚାଷୀ ଶୋଷଣର ଶିକାର ହେଉଥିବା ବେଳେ, ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ବୋଲି ମତ ପ୍ରକାଶ ପାଇଛି । ଏନେଇ ଆଜି ପାଟଣାଗଡ ବ୍ଲକ ଯୋଗୀମୁଣ୍ଡା ଅଞ୍ଚଳରେ ଥିବା କେତେ ଜଣ ମୁନାଫା ସାର ଡିଲର ସରକାରଙ୍କ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ୨୬୬ଟଙ୍କା ୬୦ପଇସା ଥିବା ବେଳେ କମ୍‌ ଆସୁଥିବା ଆଳ ଦେଖାଇ ୫ଶହ ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଡିଏପି ମଧ୍ୟ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଣୁ ଚଳିତ ଖରିଫ ଋତୁ ପାଇଁ ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ସାର ଯୋଗାଇବା ସହ ଅନେକ ଗୁଡ଼ିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କୃଷକ ସେନାର ସଭାପତି ସୌରୀ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀମାନଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହ ଏକ ତଦାରଖ ଟିମ୍ ଗଠନ କରି ଅଞ୍ଚଳରେ ଚଢାଦରରେ ବିକ୍ରି କରୁଥିବା ମୁନାଫା ଡିଲର ଚଢ଼ାଉ କରିବା ସହ ଲାଇସେନ୍ସ ରଦ୍ଦ କରିବାକୁ ଏକ ଦାବୀପତ୍ର ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ସାର ଦୋକାନରେ ସବୁ ପ୍ରକାର ସାରର ଦର ତାଲିକା ଓ ସାର ଷ୍ଟକ୍‌ର ପରିମାଣ ଉଲ୍ଲେଖ କରିବା ଓ ସାରର ସରକାରୀ ମୂଲ୍ୟଠାରୁ ଅଧିକ ନେଉଥିବା ବିକ୍ରେତାଙ୍କୁ ତାଗିଦ୍ କରିବା ସହ ସେମାନଙ୍କ ଲାଇସେନ୍ସ ରଦ୍ଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଭଳି ଚାଷୀ ସମସ୍ୟାର ସମାଧାନ କରା ନଗଲେ ନଚେତ ଚଳିତ ଖରିଫ ଋତୁରେ ଯଦି ସାରର କୌଣସି ପ୍ରକାର ଅସୁବିଧା, କି ଅପ୍ରୀତିକର ପରିବେଶ ଘଟେ ତେବେ ଯେ କୌଣସି ମୁହୂର୍ତ୍ତରେ ମଧ୍ୟ ଆନ୍ଦୋଳନ ମୁହାଁ ହେବ ବୋଲି କୃଷକ ସେନାର ସଭାପତି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ଯୋଗୀମୁଣ୍ଡାର ଚାଷୀ ହେମରାଜ ସାହୁ, ବେଣୁଧର ସାହୁ, ମହନ ସାହୁ, ରଞ୍ଜନ ସାହୁ, ଶିବ ପ୍ରସାଦ ବଢେଇ, ରାଜକୁମାର ସାହୁଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.