centurian jitm

ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା ଅଭିବାଭକ ମହାସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ

nschool

ବରଗଡ, (ନିରୋଜ କୁମାର ପାଣୀ) : ସ୍କୁଲ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଜିଲ୍ଲା ଅଭିବାଭକ ମହାସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲା ଅଭିବାଭକ ମହାସଙ୍ଘ ସ୍ଥାନୀୟ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ବିଗତ ୨୦୨୦ରେ ସରକାରଙ୍କ ସ୍କୁଲ ବନ୍ଦ ଓ ଅନ୍ୟତ୍ର ମିଶ୍ରଣ ନୀତି ଏବଂ କରୋନା କାଳ ପାଇଁ ସାରା ରାଜ୍ୟରେ ୧୩ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ ଆଉଟ ହୋଇଛନ୍ତି ଓ ସେମାନେ ଏବେ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି । ଏହାକୁ ରାଜ୍ୟ ମାନବାଧିକାର କମିଶନ ବେଶ ଗୁରୁତର ଭାବେ ଗ୍ରହଣ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ସେହି ଛାତ୍ରଛାତ୍ରୀମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ପାଇଁ ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଓ ବନ୍ଦ କରିଥିବା ସ୍କୁଲ ସମୂହକୁ ସ୍ଥାନୀୟ ଗ୍ରାମ ଶିକ୍ଷା କମିଟିଙ୍କ ସହାୟତାରେ ପୁନଃ ଖୋଲିବା ନିମନ୍ତେ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ବରଗଡ଼ ଜିଲ୍ଲାର ସ୍କୁଲ ଛାଡି ଥିବା ଛାତ୍ରଛାତ୍ରୀମାନଙ୍କୁ ଶୀଘ୍ର ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ଓ ସ୍କୁଲ ପୁନଃ ଖୋଲିବା ପାଇଁ ଏକ ଦାବୀପତ୍ର ଜିଲ୍ଲା ଆବାହକ ବିମଳ କୁମାର ଦାଶଙ୍କ ନେତୃତ୍ୱରେ ଦିଆଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଜୀତ ମିଶ୍ର, ବାଲ୍ମୀକି ଷଡ଼ଙ୍ଗୀ, ଆଶୁତୋଷ ରଥ, ମହେଶ୍ୱର ପାଣ୍ଡେ, ବୀରେନ୍ଦ୍ର ପଣ୍ଡା, ଅମୀୟ ଦାଶ, ଦିବିନ୍ଦର ସିଂ, ଜୋଷ୍ଣା ପାଇକ, ସୁଶାନ୍ତ ହୋତା, ସୁଷେନ ବୋହିଦାର, ଶିବାନନ୍ଦ ମଟାରୀ, ରମେଶ ପତି, ଅର୍ଜୁନ ପ୍ରଧାନ, ଶିବ କୁମ୍ଭାର, ରଞ୍ଜିତ ଦାସ, ଅନ୍ତର୍ଯ୍ୟାମୀ ସେଟ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!