ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପତିଏଲପଡା ଶିବ ମନ୍ଦିରଠାରୁ ଖଇରପଦର ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ନେଇ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଗୋର୍ଲା, ଟିମାନପୁର, ରାଣୀମୁଣ୍ଡା, ଖରସେଲ, ନିଲଜି, ଖଏରପଦର, କେଁଏଠପଦର, କେନ୍ଦୁମୁଣ୍ଡା ଘୁଚାଗୁଡା ଗ୍ରାମ ପଂଚାୟତବାସୀ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମୋଦର ନିଆଲଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.