oom

କେରମେଲି ପଞ୍ଚାୟତରେ ସରପଞ୍ଚ ଆସନକୁ ସଂରକ୍ଷଣ ପଛୁଆ ବର୍ଗ କରିବା ପାଇଁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୨ ଟି ପଞ୍ଚାୟତରେ ସଂରକ୍ଷଣ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କେରମେଲି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପୂର୍ବରୁ ଅନୁସୂଚିତ ଜାତି ମହିଳା ଥିବା ବେଳେ ଏହାକୁ ପରିବର୍ତ୍ତନ କରି ପଛୁଆ ବର୍ଗ ମହିଳା କରିବା ପାଇଁ ଗ୍ରାମବାସୀ ବିଡିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ତେବେ ସଇଁନ୍ତଲା ବ୍ଲକରେ ୬୨ ପ୍ରତିଶତ ପଛୁଆବର୍ଗ ଥିବା ବେଳେ କେରମେଲି ପଞ୍ଚାୟତର ଜନ ସଂଖ୍ୟା ଠାରୁ ୬୫ ପ୍ରତିଶତ ଅଛନ୍ତି । ତେବେ ଏହି ଆସନ ପୁର୍ବରୁ ଅନୁସୂଚିତ ଜନଜାତି ମହିଳା ସାଧାରଣ ବର୍ଗ ଓ ଅଣ ସଂରକ୍ଷଣ ତଥା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇସାରିଛି । ବର୍ତ୍ତମାନ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରୁଥିବା ବେଳେ ଏହି ଆସନ ପାଇଁ ପଛୁଆ ବର୍ଗ ମହିଳା କରାଯାଉ ବୋଲି ରାଜେଶ ସାହୁ, ବିରେନ୍ଦ୍ର ସାହୁ, ଜଗବନ୍ଧୁ ସାହୁ, ଧନମତ ସାହୁ, ହରିଶ୍ଚନ୍ଦ୍ର ଗହୀର, ଉମେଶ ସାହୁ, ଅଭିମନ୍ୟୁ ସାହୁ, ପଙ୍କଜ ସାହୁ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.