ବେଲପଡା ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ଦାବୀପତ୍ର ପ୍ରଦାନ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଏମ୍‌ଡିଏମ୍‌ ପାଚିକା ସଙ୍ଘ ପକ୍ଷରୁ ୧୬ ଗୋଟି ଦାବୀ ନେଇ ବେଲପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟିକା ସଙ୍ଘ ବଲାଙ୍ଗିର ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମାଧବୀ କଲତା ଓ ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ ଏକ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ବେଲପଡା ତାରିଣୀ ମନ୍ଦିରଠାରୁ ବେଲପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ବିଭିନ୍ନ ନାରାବାଜି ଦେବା ସହ ଶିକ୍ଷା ଅଧିକାରୀଙ୍କୁ ୧୬ ଦଫା ଦାବୀପତ୍ର ପ୍ରଦାନ କରିଥିଲେ ।ଏଥିରେ ବେଲପଡା ଅଂଚଳର ସମସ୍ତ ପାଚିକାମାନେ ସାମିଲ ହେବା ସହ ନିଜର ହକ ମାଗିଥିଲେ ।

Leave A Reply

Your email address will not be published.