ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଆସିଥିବା ରାଜ୍ୟ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଉରକେଲା ବିକାଶ ମଞ୍ଚ ତରଫରୁ ରାଉରକେଲା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ କରିବା ସହ ବିପିୟୁଟିର ସମସ୍ତ କାର୍ଯ୍ୟକ୍ରମ ରାଉରକେଲାରେ କରିବା ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ’ ଏହି ବିଶ୍ଵବିଦ୍ୟାଳୟ ଦାବି ଦୀର୍ଘ ଦିନର ହୋଇଥିବା ବେଳେ ଗତ ସପ୍ତାହରେ ବିପିୟୁଟିର କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ କରାଯାଇଥିଲା । ବିପିୟୁଟିର ମୁଖ୍ୟ କାର୍ଯ୍ୟାଳୟ ରାଉରକେଲାରେ ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଏଠାକାର କାର୍ଯ୍ୟକ୍ରମ ଭୁବନେଶ୍ୱରରେ କରାଗଲା, ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ଏସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ରାଉରକେଲା ବିକାଶ ମଞ୍ଚର ସଭାପତି ଡ. ସୁମନ ଦତ୍ତଙ୍କ ନେତୃତ୍ୱରେ ଉପେନ୍ଦ୍ର କୁମାର ନାୟକ, ମହେନ୍ଦ୍ର ମହାନ୍ତି, ଜଗନ୍ନାଥ ରାଉତ, ଅମୂଲ୍ୟ ଚରଣ ବରାଳ, ସୁପ୍ରତିକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Next Post