ଅମୃତ କଳସ ସୁନା ଗହଣା ଦୋକାନରୁ ଡକାୟତ ଅଭିଯୁକ୍ତଙ୍କୁ ଧରିବା ପାଇଁ ମାରୱାଡି ସମ୍ମେଳନ ପକ୍ଷରୁ ଏସଡିପିଓଙ୍କୁ ଦାବୀପତ୍ର ପ୍ରଦାନ

  • ଆଗାମୀ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ନ ଧରିଲେ ଆନ୍ଦୋଳନ କରିବାକୁ ଚେତାବନୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଅମୃତ କଳସ ସୁନା ଗହଣା ଦୋକାନରେ ଗତ ୦୫/୦୮/୨୦୨୨ ଦିନ ଘଟିଥିବା ଡକାୟତି ମାମଲାରେ ସଂପୃକ୍ତ ଡକାୟତ ଦଳଙ୍କୁ ଧରିବା ଲାଗି ଦୃଢ ଦାବୀ ଜଣାଇଛି ସ୍ଥାନୀୟ ମାରୱାଡି ସମ୍ମେଳନ । ମାରୱାଡି ସମ୍ମେଳନର ସଭାପତି ସୁନୀଲ କୁମାର ଗୋଏଲଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟମାନେ ସ୍ଥାନୀୟ ଉପଖଣ୍ଡୀୟ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତାଙ୍କୁ ଏ ସଂପର୍କରେ ଲିଖିତ ଭାବରେ ଜଣାଇଛନ୍ତି । ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଆଗାମୀ ୭ ଦିନ ମଧ୍ୟରେ ଡକାୟତଙ୍କୁ ଧରିବା ସହ ପ୍ରକୃତ ସତ୍ୟାସତ୍ୟକୁ ଲୋକଲୋଚନକୁ ନଆଣିଲେ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାପଡିଛି । ସଂଗଠନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ବଂଶଲ, କୈଳାଶ ଅଗ୍ରୱାଲ, ଗଜାନନ ଅଗ୍ରୱାଲ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.