ସାର ଚଢା ଦର ଓ କଳାବଜାର ରୋକିବାକୁ କୃଷକ ସେନା ପକ୍ଷରୁ ଦାବୀପତ୍ର ପ୍ରଦାନ ପରେ କୃଷି ବିଭାଗରେ ତତ୍ପରତା ପ୍ରକାଶ ପାଇଛି
ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗୀମୁଣ୍ଡା ଅଞ୍ଚଳରେ ସାରର ଚଢା ଦରରେ ବିକ୍ରି ଓ କଳାବଜାରୀ ରୋକିବାକୁ ଗତ ୧୧ ଜୁଲାଇ ଦିନ କୃଷକ ସେନା ପକ୍ଷରୁ ଏକ ଦାବୀପତ୍ର ପାଟଣାଗଡ଼ ଜିଲ୍ଲା କୃଷି ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ଦୋଳନ ପରେ ଯୋଗୀମୁଣ୍ଡ ଅଞ୍ଚଳର ଠକପଡ଼ା ଗାଁର ଚାଷୀମାନେ ସାର ପାଇଥିବା ବେଳେ କୃଷି ବିଭାଗ ସାର କଳାବଜାରୀ ରୋକିବାକୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସିଂ କାଲିଠୁ ଏକ ସ୍କ୍ୱାର୍ଡ ଟିମ୍ ବୁଲି ସରକାରଙ୍କ ନିର୍ଦ୍ଧାରିତ ଦରରୁ ଅଧିକା ମୂଲ୍ୟରେ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଧରିବା ପାଇଁ ବାହାରିବା ପ୍ରକାଶ କରିଛନ୍ତି । କୃଷକ ସେନା ସଭାପତି ସୌରୀ କୁମାର ସାହୁ ଗତ ୧୧ ଜୁଲାଇରେ ଅଞ୍ଚଳର ଚାଷୀଙ୍କ ସହ କୃଷି ଅଧିକାରୀଙ୍କୁ ଭେଟି କଳାବଜାରୀ କରି ଚାଷୀଙ୍କୁ ଶୋଷଣ କରି ଚାଲି ଥିବା ବେଳେ କୃଷି ବିଭାଗ କଣ ସୋଇଛି ବୋଲି ପ୍ରଶ୍ନ କରିଥିଲେ ଓ ଶୀଘ୍ର ସାର ଠିକ୍ ମୂଲ୍ୟରେ ଯୋଗାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବା ଜଣେଇ ଥିଲେ । କୃଷକ ସେନାର ଆନ୍ଦୋଳନ ପରେ ଚେତିଛି । ପାଟଣାଗଡ କୃଷି ବିଭାଗ ଆସନ୍ତା କାଲିଠୁ ଏକ ସ୍କ୍ୱାର୍ଡ ଟିମ୍ ଅଞ୍ଚଳ ବୁଲି କଳାବାଜାରୀ କରୁଥିବା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି ।