ସିନାପାଲିରେ ଚାଉଳ ମହାଘୋଟାଲା ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ପିଡିଏସ୍‌ ଚାଉଳ ମହାଘୋଟାଲା ହୋଇଥିବା ବେଳେ ପୂର୍ବତନ ଜିଲ୍ଲାପରିଷଦ ପ୍ରିୟ ରଂଜନ ମେହେର ଉଚ୍ଚସ୍ତରୀୟ ତଦନ୍ତ ଓ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ଅନୁସାରେ ସିନାପାଲି ବ୍ଲକ ଝାରବନ୍ଧ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଦାଦନ ପ୍ରବଣ ଅଞ୍ଚଳ ଅଟେ । ଏହି ପଞ୍ଚାୟତରେ ସରକାରଙ୍କ ଯୋଜନାକୁ ବାଟମାରଣା କରୁଥିବା ବେଳେ ମନମୁଖୀ ଶାସନ ଚଲାଉଥିବା ନଜରକୁ ଆସିଛି । ସରକାରଙ୍କ ଯୋଜନା ମୁତାବକ ପ୍ରତେକ ଗ୍ରାମ ପଞ୍ଚାୟତରେ ଚାଉଳ ଗୋଦାମ ଗୃହ ତିଆରି କରି ଚାଉଳ ଷ୍ଟକ୍ ରଖାଯାଏ ଓ ଏଲଟ୍‌ମେଣ୍ଟ ଅନୁସାରେ ରାସନକାର୍ଡ ଧାରିଙ୍କୁ ଚାଉଳ ବଣ୍ଟନ କରାଯାଏ । ହେଲେ ଏହି ପଞ୍ଚାୟତରେ ପ୍ରଶାସନର ବିନା ଅନୁମତିରେ ଅନ୍ୟ ଏକ ଆବାସ ଗୃହ ତଥା ସରପଂଚ ଓ ୱାର୍ଡ ସଭ୍ୟଙ୍କ ଘରେ ପିଡିଏସ୍‌ ଚାଉଳ ଷ୍ଟକ୍ ରଖିବା ସନ୍ଦେହ ଜନକ ଅଟେ । ଏହା କ’ଣ ସରକାରୀ ନିୟମ ଉଲ୍ଲଘଂନ କରିବାର ନଙ୍ଗ୍ନ ଚିତ୍ର ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଅଭିଯୋଗ ଅନୁସାରେ ଝାରବନ୍ଧ ପଞ୍ଚାୟତର ନାଗଝର ଗ୍ରାମର ଜାନୁଆରୀ ଓ ଫେବୃଆରୀ ମାସର ପିଡିଏସ୍‌ ଚାଉଳକୁ ହଡପ କରି ଦୁର୍ନୀତି କରିବାର ଅଭିଯୋଗ ଆସିବା ପରେ ଚାଉଳ ବଦଳରେ ରାସନକାର୍ଡ ହିତାଧିକାରୀଙ୍କୁ କେଜି ପିଛା ୧୦ ଟଙ୍କା ପାଉଣା ଦେବା ଦୁର୍ଭାଗ୍ୟ ଜନକ ଓ ନିନ୍ଦନୀୟ ଘଟଣା ତଥା ଚାଉଳ ଘୋଟାଲାର ଏହା ଏକ ଉଦାହରଣ ହୋଇପାରେ । ପଞ୍ଚାୟତ ପିଡିଏସ୍‌ ଚାଉଳ ଗତ ୨୦୨୧/୨୨ ଏବଂ ୨୦୨୨/୨୩ ର ଷ୍ଟକ୍ ରେଜିଷ୍ଟର ଏବଂ ଏଲଟ୍‌ମେଣ୍ଟଙ୍କୁ ସଂମ୍ପୂର୍ଣ୍ଣ ଭାବେ ତଦାରଖ କରାଯାଉ ଏବଂ ଷ୍ଟକ୍ ଭେରିଫିକେସନ୍‌ ପାଇଁ ନିୟମ ଅନୁସାରେ ଯେଉଁ ମାନେ ତଦାରଖ କରିବାରେ ଅବହେଳା କରିଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଭିଯୋଗ ହେଉଛି ଯେ ତଦନ୍ତ ସମୟରେ ତଲିଆ ଅଧିକାରୀଙ୍କୁ ନାମମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚ୍ଚସ୍ତରୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେବା ସନ୍ଦେହ ହେଉଛି । ଦୋଷୀ ବିରୁଦ୍ଧରେ ସମସ୍ତ ସଂପୃକ୍ତ ଅଧିକାରୀଙ୍କୁ ସୁରକ୍ଷା ନଦେଇ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି । ଏଣୁ ଏହାର ଉଚିତ୍ ତଦନ୍ତ ନକରି ଗୁରୁତ୍ବର ସହ ୭ଦିନ ଭିତରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ରାଜରାସ୍ତାକୁ ଉହ୍ଲାଇ ଆନ୍ଦୋଳନ କରିବା ସହ ବ୍ଲକ ଘେରାଉ କରାଯିବ ବୋଲି ଶ୍ରୀ ମେହେର ଚେତାବନୀ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ କିଛି ବର୍ଷ ପୂର୍ବେ ଗଣ୍ତାବାହାଲି ପଞ୍ଚାୟତ କିରୋସିନ ଘୋଟାଲା ନେଇ ଜଣେ ଛୋଟ କର୍ମଚାରୀଙ୍କୁ ବଳି ପକାଇ ଦିଆଗଲା ଏବଂ ଉଚ୍ଚ ଅଧିକାରୀଙ୍କୁ ସୁରକ୍ଷା । ଏଣୁ ଏହି ଚାଉଳ ଘୋଟାଲାରେ ମଧ୍ୟ ସେହିଭଳି ହେବନି ତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚି ସୃଷ୍ଟି ହେଉଛି ।

Leave A Reply

Your email address will not be published.