ଯୋଗାଣ ସହାୟକଙ୍କ ବିରୋଧରେ ଦଳିତ ଅଧିକାର ମଞ୍ଚର ଦାବୀପତ୍ର

ନୂଆପଡା, (ନିରାକାର ମେହେର) : ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନୂଆପଡା ଜିଲ୍ଲା ଖଡ଼ିଆଳ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି । ଡୁଆଝର ଯୋଗାଣ ସହାୟକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଏକ ଦାବୀପତ୍ର ଦେଇଛନ୍ତି । ମଞ୍ଚର ଅଭିଯୋଗ ଅନୁଯାଇ ଡୁଆଝର ପଂଚାୟତ ଯୋଗାଣ ସହାୟକ ମନୋଜ ଜଗତ ବେଆଇନ ଭାବେ ସଂଖ୍ୟାଧିକ ପଡିକାର୍ଡ ତିଆରି କରି ନିୟମିତ ଖାଉଟି ସାମଗ୍ରୀ ଉଠାଉ ଥିଲେ । ସେହିପରି ସମ୍ପର୍କୀୟ ନାମରେ କାର୍ଡ ତିଆରି କରି ରାସନ ସାମଗ୍ରୀ ଆତ୍ମସାତ କରୁଥିଲେ । ଏହି ଘଟଣାରେ କେଉଁମାନଙ୍କର ସମ୍ପୃକ୍ତି ଅଛି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦେଇଛି ମଞ୍ଚ । ଦାବୀପତ୍ର ପ୍ରଦାନ ସମୟରେ ମଞ୍ଚର ସଦସ୍ୟ ଓ ସମସେରପଦର ଗ୍ରାମବାସୀ ରୋହିତ ମାଝୀ, ଘାସିରାମ ମାଝୀ, ସୁବ୍ରତ ମାଝୀ, ରୂପକାନ୍ତି ମାଝୀ, ଚିତାନନ୍ଦ ମାଝୀ, ଗିରିଧାରୀ ମାଝୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁଙ୍କୁ ପଚାରିବାରୁ ଆଗରୁ ମଧ୍ୟ ଅଭିଯୋଗ ହୋଇଥିଲା ଓ ଗୋଟିଏ ଯାଞ୍ଚ କମିଟି ଗଠନ ହୋଇଛି । କମିଟିର ତଥ୍ୟ ଯଦି ସତ୍ୟ ହୁଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.