ଜନଗଣନା ଡ୍ୟୁଟି କରୁଥିବା କର୍ମଚାରୀ ମାନଙ୍କ ପାଇଁ ବୀମା ଘୋଷଣା କରିବା ପାଇଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ବଙ୍ଗୋମୁଣ୍ଡା ତରଫରୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ତ୍ରିଦିବସୀୟ ଜନଗଣନା -୨୦୨୭ ତାଲିମ ଶିବିରରେ ଜନଗଣନା ଦାୟିତ୍ଵରେ ଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ଜନଗଣନା ସମୟରେ କୌଣସି ପ୍ରକାର ଆକସ୍ମିକ ମୃତ୍ୟ ହେଲେ ପରିବାରକୁ ଅନୁକମ୍ପାମୂଳକ ବୀମା ରାଶି ଅନ୍ୟୁନ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବା ଦାବୀରେ ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଜନଗଣନା ଚାର୍ଜ ଅଫିସର୍ ତଥା ତହସିଲଦାର ବଙ୍ଗୋମୁଣ୍ଡାଙ୍କ ଜରିଆରେ ଭାରତର ମହାନିବନ୍ଧକ ଏବଂ ଜନଗଣନା ଆୟୁକ୍ତ, ନୂଆଦିଲ୍ଲୀଙ୍କୁ ଦାବୀପତ୍ର ପ୍ରଦାନ କରାଗଲା । ଏହି ଦାବୀପତ୍ର ପ୍ରଦାନ ସମୟରେ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, କୋଷାଧ୍ୟକ୍ଷ ଅମିୟ କୁମାର ନାଗ, ଯୁଗ୍ମ ସମ୍ପାଦକ ସୁରେଶ ବେହେରା, ଶିକ୍ଷକ ମନୋଜ ତାଣ୍ଡି, ଭାସ୍କର ଜାଲ୍, ସମ୍ରାଟ ସାହୁ, ପ୍ରେମ ଚନ୍ଦ୍ର ତାଣ୍ଡି, ଦିଲ୍ଲୀପ ସାହୁ, କନିଷ୍ଠ ଶିକ୍ଷକ ସଭାପତି ବୁଲୁକର୍ ହିଆଲ୍, ଶ୍ରୀମତୀ ସୀମାନ୍ତିନୀ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.