ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ଗ୍ରାମର ରେମଣ୍ଡା ଗ୍ରାମପଞ୍ଚାୟତରେ ଅଧିନରେ ରହିଛି । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନାନୁସାରେ ବର୍ତ୍ତମାନ ନାଗପଡ଼ା ଗ୍ରାମ ୫୫୦ରୁ ୬୦୦ ଜନସଂଖ୍ୟା । ଏହି ଗ୍ରାମରେ ଅଫ ଗ୍ରେଡେଡ୍ ଏମ୍‌ଇ ବିଦ୍ୟାଳୟ ମଧ୍ୟ ଅଛି । ଏହି ଗ୍ରାମର ଜନସାଧାରଣ ରେମଣ୍ଡା ଗ୍ରାମକୁ ୫/୬ କିମି ବାଟଦେଇ ଭୋଟ ଦେବାକୁ ଯାଇଥାନ୍ତି । ଫଳରେ ନାନା ଅସୁବିଧା ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଆଜି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ରେମଣ୍ଡା ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ନନ୍ଦ, ନାଏବ ସରପଞ୍ଚ ଚିନ୍ତାମଣି ରାଉତିଆ, ୱାର୍ଡ ସଭ୍ୟା ଅମୃତା ନାଗ ଓ ନାଗପଡ଼ା ଗ୍ରାମର ବହୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦାବୀପତ୍ର ଭେଡେନ ତହସିଲଦାରଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.