oom

ଯୋଗାଣ ସହାୟକଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

jsmm

ସଇଁତଲା, (ଖୁସିରାନୀ ସାହୁ) : ୨୦୧୨ ମସିହାରୁ ପୂର୍ବ ରାଜ୍ୟ ସରକାର ଯୋଗାଣ ସହାୟକ ମାନଙ୍କୁ ଅବହେଳିତ କରି ଆସିବା ସହ ଦରମା ମଧ୍ୟ ବୃଦ୍ଧି କରୁନ ଥିବା ବେଳେ ଯୋଗାଣ ସହାୟକ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି ଜତୀନ୍ଦ୍ର ଦାସଙ୍କ ନେତୃତ୍ୱରେ ୧୪ ଏପ୍ରିଲ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ସ୍ଥାନୀୟ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ସହ ଯଦି ରାଜ୍ୟ ସରକାର ସମସ୍ୟାର ସମାଧାନ ନ କରିବେ ଆଗାମୀ ୧୫ ତାରିଖରେ ସାରା ରାଜ୍ୟର ଯୋଗାଣ ସହାୟକମାନେ ରାଜଧାନୀରେ ଧର୍ମଘଟ କରିବୁ ବୋଲି ଚେତାବନୀ ଦେଇଛନ୍ତି । ରଜନୀକାନ୍ତ ବାଗ, ସୁରେନ୍ଦ୍ର ରଣା, ହମିତ ତାଣ୍ଡି, ବିନତାଞ୍ଜଳି ସ୍ୱାଇଁ, ସଂକର୍ତ୍ତୀନ ବଗର୍ତ୍ତି, ସଂଜୀବ କୁମାର ବୁଡ଼େକ, ମଧୁସୂଦନ ବାରିକ, ଅଂଶୁମାନ ପଧାନ ପ୍ରମୁଖ ଯୋଗାଣ ସହାୟକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.