ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈଵାହାଲ ପଞ୍ଚାୟତ ଅନ୍ତର୍ଗତ ରାଏପାଲି ଗାଁକୁ ରାସ୍ତା ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଗାଁକୁ ରାସ୍ତା ନ ଥିବା ନେଇ ବର୍ଷ ବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ନିଆନଯିବାରୁ ଅଭିଯୋଗ ପରେ ଅଭିଯୋଗ କରି ଆସୁଛନ୍ତି ରାଏପାଲି ଗ୍ରାମବାସୀ । ଶୋଚନୀୟ ରାସ୍ତା ଦେଇ ପ୍ରତିଦିନ ସ୍କୁଲ, କଲେଜ, ଡାକ୍ତରଖାନା, ପଞ୍ଚାୟତ, ବ୍ଲକ ତଥା ଜିଲ୍ଲାକୁ ବିଭିନ୍ନ କାମ ପାଇଁ ଲୋକେ ଯିବା ଆସିବା କରୁଛନ୍ତି । ରାସ୍ତାର ଅବସ୍ଥା ବିପର୍ଯ୍ୟୟ ହୋଇଥିବାରୁ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ବେଳେ ବେଳେ ରୋଗୀକୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସେବା ପହଞ୍ଚିବାରେ ମଧ୍ୟ ବିଳମ୍ବ ହେଉଥିବାରୁ ରୋଗୀର ଅବସ୍ଥା ଗୁରୁତର ହେଉଥିବା ମଧ୍ୟ ଗ୍ରାମବାସୀ ପ୍ରଦାନ କରିଥିବା ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ମନ୍ତ୍ରୀ ଶ୍ରୀଯୁକ୍ତ ନାଏକଙ୍କୁ ଦାବିପତ୍ର ପ୍ରଦାନ ଅବସରରେ ଗ୍ରାମବାସୀ ଧନୁଜ କରନ, ୱାର୍ଡ ସଭ୍ୟ ସନ୍ତୋଷିନି କରନ, ଆର୍ତ୍ତ ଘିବେଳା, ସଞ୍ଜୟ ମିଶ୍ର, ନରୋତ୍ତମ ପନୁଆ, ପ୍ରଦୀପ କରନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.