ବ୍ଲକ ଅଧ୍ୟକ୍ଷଙ୍କ ଜାତିଗତ ପ୍ରମାଣପତ୍ର ରଦ୍ଧ କରିବା ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଗତ କିଛି ହେବ ବୈପାରିଗୁଡା ବ୍ଲକରେ ଅଣଆଦିବାସୀ ନାମରେ ଆଦିବାସୀ ସାର୍ଟିଫିକେଟ ହାତେଇବା ସହ ବିଭିନ୍ନ ପଦପଦବୀ ସହିତ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଏହାକୁ ବିରୋଧ କରି ବୈପାରିଗୁଡା ବ୍ଲକର ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଓ ଶେଷରେ କୋର୍ଟରେ ମାମଲା ଚାଲିବା ସହିତ ଏବେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ପାଖରେ ମାମଲା ପହଂଚିଯାଇଛି । ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କ ଜାତିଗତ ପ୍ରମାଣପତ୍ର ରଦ୍ଧ କରିବା ନେଇ ପୁଣିଥରେ ସ୍ଥାନୀୟ ଆଦିବାସୀ ସଂଘର ସଦସ୍ୟଗଣ ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ଚୌଧୁରୀଙ୍କ ଜରିଆରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ନିଦ୍ଦେର୍ଶ କ୍ରମେ ବୈପାରିଗୁଡା ତହସିଲ କାର୍ଯ୍ୟାଳୟ ଠାରେ ସର୍ବସାଧାରଣଙ୍କ ପାଇଁ ଏକ ବିଜ୍ଞାପନ ମଧ୍ୟ ଲଗାଯାଇଛି । ତେବେ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏହି ନୋଟିସ ଲଗାଯାଇଥିବା ବେଳେ ତହସିଲ କାର୍ଯ୍ୟାଳୟ ଯାଇ ଯେ କୌଣସି ଲୋକ ବ୍ଲକ ଅଧ୍ୟକ୍ଷଙ୍କ ସପକ୍ଷ କିମ୍ବା ବିପକ୍ଷରେ କାର୍ଯ୍ୟାଳୟ ଠାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗ ଗୁଡିକକୁ କାର୍ଯ୍ୟାଳୟ ତରଫରୁ ୭.୧୨ ପରେ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ପଠାଯିବ ବୋଲି ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ଚୌଧୁରୀ କହିଛନ୍ତି ।