ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଚାଷୀମାନଙ୍କ ବିଭିନ୍ନ ଫସଲର ପାଣିପାଗ ଜନିତ ହେଉଥିବା କ୍ଷତିକୁ ବୀମା ଯୋଜନାରେ ସାମିଲ କରି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି, ସରକାରଙ୍କ ବିଭିନ୍ନ କୃଷି ବୀମା କମ୍ପାନୀମାନେ । ଅନ୍ୟପକ୍ଷରେ ଚାଷୀମାନେ ବୀମାଭୁକ୍ତ ହୋଇ ସରକାର କେତେ ଶତକଡା ଘୋଷଣା କରିଛନ୍ତି ତାହା ଚାଷୀମାନେ ଜାଣିବା ପାଇଁ ଦାବୀ କରିଛନ୍ତି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ବରତୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଚାଷୀମାନଙ୍କ ମରୁଡି ଓ ଅଦିନିଆ ବର୍ଷା ଏବଂ ରୋଗ ପୋକ ସମସ୍ୟା ବହୁଳ ମାତ୍ରାରେ ଦେଖାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି । ଏଥି ଯୋଗୁଁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଘୋଷଣା ବରତୁଣ୍ଡା ପଞ୍ଚାୟତକୁ ଶତକଡା କେତେ ଭାଗ ଘୋଷଣା କରାଯାଇଛି ତାହା ଜାଣିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ବରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିବା ଲିଖିତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ୨୦୨୦ ମସିହାରେ ବହୁଳ ମାତ୍ରା ଫସଲ ନଷ୍ଟ ହୋଇଥିବା ବେଳେ ଶତକଡା ୩୩ ଭାଗ ଚାଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ପ୍ରିୟମ ବୀମା ରାଶି ଅନୁସାରେ ଅଧିକ ବୀମା ରାଶି ମିଳିବା ଉଚିତ ବୋଲି ବରତୁଣ୍ଡା ପଞ୍ଚାୟତ ଚାଷୀମାନେ ଦାବୀ କରିଛନ୍ତି । ବରତୁଣ୍ଡା ପଞ୍ଚାୟତକୁ ଶତକଡା କେତେ ଭାଗ ଘୋଷଣା କରାଯାଇଛି ତାହା ସଠିକ୍ ଭାବରେ ଆକଳନ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଘୋଷଣା କରିଥିବା ଯୋଗୁଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପ୍ରତି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବରତୁଣ୍ଡା ପଞ୍ଚାୟତକୁ ୨୦୨୦ ମସିହାରେ କରାଯାଇଥିବା ପ୍ରଧାନ ମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଚାଷୀମାନଙ୍କୁ ଦିଆଯାଇଛି ଓ କେତେ ଭାଗ ଦେବେ ତୁରନ୍ତ ଆକଳନ କରି ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଯଦି ତା’ର ସଠିକ ତଥ୍ୟ ଜାଣିବା ପାଇଁ ଚାଷୀମାନେ ଦାବୀ କରିଛନ୍ତି ନହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଚାଷୀ ଦୁର୍ଯ୍ୟାଧନ ପୁଟା, ବଳଦେବ କରେଇ, ବିଶ୍ଵନାଥ ବାଗ, ବେଲାର ସିଂ ସାହୁ, ଥବିର ସିଂ ଗିର୍ଣ୍ଣା, ବିଜୟ କୁମାର ସିଂ ଭୋଇ ପ୍ରମୁଖ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।