oom

ବିଭିନ୍ନ ଯୋଜନାରୁ ବଞ୍ଚିତ ଥିବା ଉପଭୋକ୍ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

jsmm

ଜୟପାଟଣା, (ଶେଷଦେବ ବେହେରା) : ସମଗ୍ର ଅଞ୍ଚଳରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଥିବା ବେଳେ ଆଜି ଶତାଧିକ ଉପଭୋକ୍ତା ଜୟପାଟଣା ସମିତି ସଭ୍ୟା ରଶ୍ମିତା ଦୂରିଆଙ୍କ ନେତୃତ୍ୱରେ ଜୟପାଟଣା ତହସିଲଦାର ଓ ବିଡିଓଙ୍କୁ ଦଶଦଫା ଦାବୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ନୂତନ ରାସନ୍ କାର୍ଡ, ପୁରୁଣା କାର୍ଡରେ ନୂତନ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବା, ସରକାରୀ ଜମିରେ ବସବାସ କରୁଥିବା ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ଶୌଚାଳୟ, ପାନୀୟ ଜଳ, ବିପିଏଲ୍ ହିତାଧିକାରୀଙ୍କୁ ମାଗଣା ବିଦ୍ୟୁତ ସଂଯୋଗ, କୁଟୀର ଜ୍ୟୋତି ଉପଭୋକ୍ତାଙ୍କୁ ବିଦ୍ୟୁତ ବିଲ ଛାଡ଼, ଜୟପାଟଣା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ, ଗୃହହୀନମାନଙ୍କୁ ଆବାସ ଯୋଜନା ପ୍ରଦାନ ଆଦି ଦାବୀକୁ ନେଇ ଶତାଧିକ ଉପଭୋକ୍ତା ସ୍ଥାନୀୟ ଯାଦବ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଡିଓ ଓ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିଥିଲେ । ସ୍ଥାନୀୟ ସମାଜ ସେବୀ ପ୍ରକାଶ ଦୁରିଆ ସଞ୍ଚାଳନରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.