jayashree

ଓଡିଶା ସାମାଜିକ ସୁରକ୍ଷା ସେବା ଅଧିକାରୀ ସଂଘ କଳାହାଣ୍ଡି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଜରିଆରେ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ଓଡିଶା ସାମାଜିକ ସୁରକ୍ଷା ସେବା ସଂଘ କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ଜିଲ୍ଲା ସଂଯୋଜକ ଅରବିନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ଵେଷା ରେଡ୍ଡୀଙ୍କୁ ଭେଟି ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଉପସ୍ଥାପିତ ହୋଇଥିବା ବିଭିନ୍ନ ଦାବୀ ମଧ୍ୟରେ ପ୍ରମୁଖ ଦାବୀ ଥିଲା ୩୦ଟି ଜିଲ୍ଲାରେ ୩୦ଟି ନୂତନ ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ସୃଷ୍ଟି, ଅତିରିକ୍ତ ୧୫ ଗୋଟି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ସୃଷ୍ଟି ଓ କ୍ୟାଡରର ପୁନର୍ବିନ୍ୟାସ ତଥା ବେତନ ବୃଦ୍ଧି ଇତ୍ୟାଦି । ଦାବୀପତ୍ର ପ୍ରଦାନ ସମୟରେ ସସ୍ମିତା ପଟେଲ, ସସ୍ମିତା ହୋତା, ଦମୟନ୍ତୀ ନାୟକ, କ୍ଷିତିସୁତା ମେହେର, ଦୀପକ ବେହେରା, ସୁନାରାମ ସୋରେନ, ତୁଷାର ରଞ୍ଜନ ସାହୁ ପ୍ରମୁଖ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.