oom

ବିଶେଷଜ୍ଞ ଡାକ୍ତର ପାଇଁ ଗ୍ରାମବାସୀ ଦେଲେ ଦାବୀପତ୍ର

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଡାକ୍ତରଖାନାରେ ବିଶେଷଜ୍ଞ ଅଭାବରୁ ରୋଗୀମାନେ ହଇରାଣ ହେଉଥିବାରୁ ଆଜି ଖପ୍ରାଖୋଲ ଗ୍ରାମବାସୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଖପ୍ରାଖୋଲ ଡାକ୍ତରଖାନାକୁ ଆଖପାଖ ୨୧ଟି ପଞ୍ଚାୟତ ଏବଂ ନିକଟସ୍ଥ ବ୍ଲକମାନଙ୍କରୁ ବହୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ସେବା ଯୋଗାଇବାକୁ ଏଠାରେ କୌଣସି ବିଶେଷଜ୍ଞ ଡାକ୍ତର ନାହାନ୍ତି । ଯେଉଁଥି ପାଇଁ ଲୋକେ ହଇରାଣ ଏବଂ ଖର୍ଚ୍ଚାନ୍ତ ହୋଇ ୮୦ କିଲୋମିଟର ଦୂରରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଉଛନ୍ତି । ସେହିପରି ଗର୍ଭବତୀ ଓ ପ୍ରସୂତି ପାଇଁ କୌଣସି ବିଶେଷଜ୍ଞ ନଥିବାରୁ ମହିଳାମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏନେଇ ଶୁକ୍ରବାର ଖପ୍ରାଖୋଲ ଗ୍ରାମବାସୀ ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀ ସୁରଜ ଦୀପଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଡାକ୍ତର ବୁଲବୁଲ ନାଏକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସେହିପରି ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଏବଂ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ଦାବୀପତ୍ରର ଗୋଟିଏ ଲେଖାଏଁ ନକଲ ଦିଆଯାଇଥିବା ଜଣାପଡିଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଯଦି ପନ୍ଦର ଦିନ ମଧ୍ୟରେ ପ୍ରଶାସନ କୌଣସି ବିହିତ ପଦକ୍ଷେପ ନନେବ ତା’ହେଲେ ଆଗାମୀ ଦିନରେ ଖପ୍ରାଖୋଲ ଅଞ୍ଚଳବାସୀ ଧାରଣାରେ ବସିବେ ବୋଲି ଏହି ଦାବୀପତ୍ର ଦେବା ସମୟରେ ଖପ୍ରାଖୋଲ ଅଞ୍ଚଳର ୪ ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଶୋଭାପତି ପାଥର, ରାଜୁ ସାହୁ, ବିଜୁ ବାରିକ, ଅଜିତ ହଂସ, ରାଜେଶ ବାରିକ, ଅମିତ ବାରିକ, ଶେଷଦେବ ଧରୁଆ, ଉପେନ୍ଦ୍ର ଭୋଇ, ଦେବାଶିଷ ରାଉତ, ମାନସ ସାହୁ, ତେଜୁ ଠାକୁର, ଡୋଳାମଣି, ସନ୍ତୋଷ ପଧାନ, ବୁଲୁ ସୁନା, ଶିବୁକେସନ ଯାନୀ, ଚିନ୍ମୟ ବଗର୍ତ୍ତୀ, ଜିତୁ ତିୱାରୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.