oom

ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ : ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜନକଲ୍ୟାଣ ମଞ୍ଚ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଡେଲାଙ୍ଗ ଅଞ୍ଚଳ ଦେଇ ଯାଇଥିବା ଖୋର୍ଦ୍ଧା ପଟ୍ଟନାୟିକୀୟ ରାସ୍ତା ଓ ହାଟ ଡେଲାଙ୍ଗଠାରୁ କଲ୍ୟାଣପୁର ପର୍ୟ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଯାହା ଫଳରେ ପ୍ରତି ଦିନ ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି ଏଥି ପ୍ରତି ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ କାହାର ନଜର ପଡୁନି ବାରମ୍ବାର ସ୍ଥାନୀୟ ଖବର କାଗଜରେ ଏହି ରାସ୍ତାର ଅବସ୍ଥା ବିଷୟରେ ଅବଗତ କରାଗଲେ ମଧ୍ୟ ଶାସକ ଦଳର ଆଖି ଖୋଲୁନି । ତେଣୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି । ଏଥିପାଇଁ ସାଧାରଣ ଜନତାର ଦାବୀକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନ ଉପଦେଷ୍ଟା ଜନ୍ମେଜୟ ଜେନାଙ୍କ ସହିତ ସଦାଶିବ ପରିଡା, ପୁରୁଷୋତ୍ତମ ପ୍ରଧାନ, ମହେଶ୍ୱର ରାଉତରାୟ, ବିଚିତ୍ର ରାଉତ, ଧନେଶ୍ୱର ପରିଡା, ଦୀପକ ମାର୍ଥା, ଚଣ୍ଡେଶ୍ୱର ଦାସ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ରାସ୍ତାର ମରାମତି କରିବାକୁ ଦାବୀପତ୍ର ଦେଇଥିଲେ ଏବଂ ଯଦି ପାଞ୍ଚ ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ନହୁଏ ତେବେ ରାଜରାସ୍ତାକୁ ଓହ୍ଲାଇ ହାଟ ଡେଲାଙ୍ଗ ଠାରେ ଉଭୟ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.