ହରିଶଙ୍କର ମା’ ବିନ୍ଧ୍ୟବାସିନୀ ମନ୍ଦିରର ୫୬ ଡିସିମିଲ ପଡ଼ିଆର ସୁରକ୍ଷା ସହ ଦଖଲ ପାଇଁ ସର୍ବଭାରତୀୟ ବିଂଝାଲ ସମାଜ ପକ୍ଷରୁ ସମ୍ବଲପୁର ଆର୍‌ଡିସି ସେକ୍ରେଟାରୀଙ୍କୁ ଦାବୀପତ୍ର ପ୍ରଦାନ

  • ଦାବୀ ପୂରଣ ନ ହେଲେ ଭୟାବହ ଆନ୍ଦୋଳନ ଚେତାବନୀ

ସମ୍ବଲପୁର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଥିବା ୫୬ ଡିସିମିଲ ପଡ଼ିଆର ସୁରକ୍ଷା କରିବା ନେଇ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସମ୍ବଲପୁର ରେଭେନ୍ୟୁ ଡିଭିଜନାଲ କମିଶନର (ଆର୍‌ଡିସି) ସେକ୍ରେଟାରୀ ଶୁକାନ୍ତ ତ୍ରିପାଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସର୍ବଭାରତୀୟ ବିଞ୍ଝାଲ ସମାଜ ବିଗତ ୧୯୭୮ ମସିହାରେ ଦୀର୍ଘ ୪୫ ବର୍ଷରୁ ଅଧିକ ଦିନ ଧରି ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀ ମନ୍ଦିର ସ୍ଥାପନା କରିବା ସହ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପୂଜାର୍ଚ୍ଚନା ଓ ସମ୍ମୁଖରେ ଥିବା ଖାତା ନଂ ୪୩, ପ୍ଳଟ ନଂ ୪୬୩ ଓ ୪୬୫ ଜମି ପରିମାଣ ଯଥାକ୍ରମେ ୫୬ ଡିସିମିଲ ପଡ଼ିଆକୁ ସୁରକ୍ଷା ଏବଂ ଦଖଲ କରିବା ସହ ବିଂଝାଲ ସମାଜର ଇଷ୍ଟଦେବୀ ବିନ୍ଧ୍ୟବାସନୀ ଦେବୀଙ୍କ ସହିତ ଦେବାଦେବୀଙ୍କୁ ସ୍ଥାପନ କରି ପୂଜାର୍ଚ୍ଚନା କରିଆସୁଛନ୍ତି । ବର୍ତ୍ତମାନ ସରକାର ହରିଶଙ୍କର ପର୍ଯ୍ୟଟନ ସ୍ଥଳୀକୁ ସୌନ୍ଦର୍ଯ୍ୟକରଣ ଓ ବିକାଶ କରିବା ପାଇଁ ପଦକ୍ଷେପ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ୫୬ ଡିସିମିଲ ପଡ଼ିଆକୁ ସୌନ୍ଦର୍ଯ୍ୟକରଣ ବାଡ଼ ନିର୍ମାଣ ସହ ପ୍ଳାଭର ଟାଇଲ କରାଯାଇଛି । ଅନ୍ୟପଟେ ବିଞ୍ଝାଲ ସମାଜ ପୂର୍ବ ପୁରୁଷ ପରମ୍ପରା କ୍ରମେ ସ୍ଥାପନ କରାଯାଇଥିବା ପାର୍ଶ୍ଵ ଦେବତା ଧରଣୀ ମାତା ଭୈରବୀ, ବନଦୂର୍ଗା, ଡଙ୍ଗର ବୁଢ଼ା ଆଦି ଦେବତାଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ତିନି ପାର୍ଶ୍ଵ ଦେବତା ସ୍ଥଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଦେବୋତ୍ତର ବିଭାଗ ତଥା ଉପଜିଲ୍ଲାପାଳ କହିଛନ୍ତି । ସମାଜ ପକ୍ଷରୁ ଦୀର୍ଘ ଦିନର ପୂର୍ବ ପୁରୁଷ ପରମ୍ପରା ପାର୍ଶ୍ଵ ଦେବତା ସ୍ଥଳଙ୍କୁ ଭାଙ୍ଗି ଅଲଗା କରାନଯିବା ସହ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଦଖଲ କରି ଆସୁଥିବା ଜଙ୍ଗଲ ଜମିକୁ ଆଦିବାସୀମାନଙ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ହେଲେ ଦୀର୍ଘ ୪୬ ବର୍ଷ ଧରି ସୁରକ୍ଷା ସହ ପୂଜାର୍ଚ୍ଚନା କରି ଆସୁଥିଲେ ସୁଦ୍ଧା ଗୋଷ୍ଠୀ ଓ ବିନ୍ଧ୍ୟବାସନୀ ଦେବୀଙ୍କ ନାମରେ ୫୬ ଡିସିମିଲ ପଡ଼ିଆକୁ ସମାଜ ନାମରେ ଦଖଲ ନୋଟ କାରିବାକୁ ବିଂଝାଲ ସମାଜ ପକ୍ଷରୁ ଦାବୀ କରାଯାଇଛି । ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଭୟାବହ ଆନ୍ଦୋଳନ କରିବାକୁ ବିଂଝାଲ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରି ବିଞ୍ଝାଲ ସମାଜ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ପାଟଣାଗଡ଼ ବ୍ଲକ ସଭାପତି କିଶୋର ଚନ୍ଦ୍ର ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ମନ୍ଦିର କମିଟି ସଂପାଦକ ବିରଞ୍ଚି ବରିହା, ମନ୍ଦିର କମିଟି ସଦସ୍ୟ ଯଦୁମଣି ବରିହା, ମହେଶ ବରିହା, ହୃଷିକେଶ ବରିହା, ଉପସଭାପତି ପୁଟୁଲ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.