oom

ମନରେଗା ଯୋଜନାରେ ଘୋଟାଲା ହେଉଥିବା ଅଭିଯୋଗରେ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମନ୍ୱୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ଭାନୁପୁର ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ମନେରେଗାରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ଏଥିରେ ଅନେକ ଶ୍ରମିକ ନିଯୁକ୍ତି ପାଇଥିଲେ କିନ୍ତୁ ଗାଁ ସାଥିଙ୍କ ଚଞ୍ଚକତା ଯୋଗୁଁ ଶ୍ରମିକମାନେ ଆଜି ପର୍ଯ୍ୟନ୍ତ ତାଙ୍କର ପାରିଶ୍ରମିକ ପାଇଁ ପାରୁନାହାନ୍ତି । ଗାଁ ସାଥି ଶ୍ରମିକଙ୍କ ପାରିଶ୍ରମିକ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଶ୍ରମିକମାନେ ଏନେଇ ତାଙ୍କ ପାରିଶ୍ରମିକ ମିଳିବା ଓ ଗାଁ ସାଥି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବହିସ୍କାର କରିବାକୁ ଶ୍ରମିକମାନେ କରିଛନ୍ତି । କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ମନେରେଗା ଯୋଜନାରେ ହୋଇଥିବା ଘୋଟାଲାକୁ ବିହିତ ପଦକ୍ଷେପ ନେବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖପ୍ରାଖୋଲ ବ୍ଳକରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ ସାହୁଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଭାନୁପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ବାରିକଙ୍କ ସ୍ୱାକ୍ଷର ଥିବା ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । କୋଶଳ ଯୁବ ସମନ୍ୱୟ ସମିତି ସଂପାଦକ ଅଚ୍ୟୁତ ସିପୁନ ଖମାରି, ସଭାପତି ବନମାଳୀ ନାଏକ, ଗିରିଧାରୀ ଭୋଇ, ବିଶ୍ଵଜିତ ପ୍ରଧାନ, ଧର୍ମରାଜ ବରିହା, ରାଜୀବ ବରିହା, ବସୁଦେବ ନାଏକ, କର୍ତ୍ତି ବରିହା ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.