କେନ୍ଦୁମୁଣ୍ତା ପଞ୍ଚାୟତ ତରଫରୁ ମଇଳା ଆବର୍ଜନା ସଫେଇ ଓ ଡ୍ରେନ୍ ନିର୍ମାଣ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ ସଦର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଦୀର୍ଘ ମାସ ଧରି ମଇଳା ପାଣି ଓ ଅନେକ ପ୍ରକାରର ମଇଳା ଆବର୍ଜନା ରହିଥିବା ବେଳେ ଉକ୍ତ ପଞ୍ଚାୟତ ତରଫରୁ ସଫେଇ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, କେନ୍ଦୁମୁଣ୍ତା ପଞ୍ଚାୟତ ସଦର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମାସ ମାସ ଧରି କାଦୁଅ ପାଣି ଓ ମଇଳା ଆବର୍ଜନା ପଡି ରହିଥିଲା । ଏହି ରାସ୍ତା ଦେଇ ଗ୍ରାମର ସର୍ବାଧିକ ଲୋକେ ଯାତାୟାତ କରୁଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କେନ୍ଦ୍ରର କୁନିକୁନି ଛୁଆପିଲା ଯିବାଆସିବା କରନ୍ତି । ହେଲେ ବିଭିନ୍ନ ସମୟରେ ଏହି କାଦୁଅ ପାଣି ଯୋଗୁ ଛାତ୍ରଛାତ୍ରୀ ଖସି ଯାଇ ତଳେ ପଡିଯାଉଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଲୋକେ ଅନେକ ସମୟରେ ଡ୍ରେନ ନିର୍ମାଣ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରସାଶନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ ମଧ୍ୟ କରିଆସୁଥିବା ଲୋକେ ପ୍ରକାଶ କରୁଛନ୍ତି । ହେଲେ କୌଣସି ସୁଫଲ ମିଳୁନାହିଁ । ଆଜି ନବ ନିର୍ବାଚିତ କେନ୍ଦୁମୁଣ୍ତା ପଞ୍ଚାୟତ ସରପଞ୍ଚ ମଦନ ଦଣ୍ତସେନା ଉପସ୍ଥିତ ରହି ଉକ୍ତ ରାସ୍ତାକୁ ସଫାସୁତୁରା କରାଇବା ସହ ଉକ୍ତ ପଞ୍ଚାୟତର ଅନେକ ସ୍ଥାନରେ ସଫେଇ କରାଯାଇଥିବା ଶ୍ରୀ ଦଣ୍ତସେନା ପ୍ରକାଶ କରିଛନ୍ତି । ଉକ୍ତ ରାସ୍ତାରେ ଡ୍ରେନ୍ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ସାଧାରଣରେ ଦାବୀ କରୁଥିବା ବେଳେ ଖୁବ୍ ଶୀଘ୍ର ଡ୍ରେନ୍ ନିର୍ମାଣ ହେବ ବୋଲି ସରପଞ୍ଚ ଶ୍ରୀ ଦଣ୍ତସେନା ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ କେନ୍ଦୁମୁଣ୍ତା ପଞ୍ଚାୟତ ନାଏକ ସରପଞ୍ଚ ଗୋଲାପି ରଣା ସମେତ ସ୍ଥାନୀୟ ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.