ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପାର୍ଲାମେଣ୍ଟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ‘ଡାଲଖାଇ’ ନୃତ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ସେ ପାର୍ଲିଆମେଣ୍ଟରେ ବୋଡ଼ାସମ୍ବର ପଦ୍ମପୁରରେ ଏକ ଜାତୀୟ ଡାଲଖାଇ ଏକାଡେମୀ ସ୍ଥାପନ କରିବା ପାଇଁ ଦାବି କରିଛନ୍ତି । ଏହାଦ୍ୱାରା ଏହି ଲୋକକଳାର ସଠିକ୍ ଗବେଷଣା ଓ ପ୍ରଶିକ୍ଷଣ ହୋଇପାରିବ ବୋଲି ସେ କହିଛନ୍ତି । ଡାଲଖାଇ ନୃତ୍ୟର ସମୃଦ୍ଧ ସଂସ୍କୃତି ଓ ଇତିହାସକୁ ଦୃଷ୍ଟିରେ ରଖି ଏହାକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର କଳାକାରମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବା ଏବଂ ସେମାନଙ୍କ ଆର୍ଥିକ ସହାୟତା ପାଇଁ ସେ ସଂସଦରେ ପ୍ରସ୍ତାବ ରଖିଛନ୍ତି । ନିକଟରେ ସେ ନିଜେ ବୋଡ଼ାସମ୍ବର ଡାଲଖାଇ ମହୋତ୍ସବରେ ନାଚିଥିବା ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଥିଲା, ଯାହା ଏହି ଦାବିକୁ ଆହୁରି ମଜବୁତ କରିଛି ।
Next Post