- ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ
ବରଗଡ, (ନିରୋଜ କୁମାର ପାଣୀ) : ସାହିତ୍ୟ, ସଂସ୍କୃତିରେ ସମୃଦ୍ଧ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଆନୁଛେଦରେ ସ୍ଥାନ ଦେବାକୁ ବହୁ ଦିନରୁ ଦାବି ହେଉଛି । କାଳ ବିଳମ୍ବ ନକରି ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ପଦକ୍ଷେପ ନେବାକୁ ବରଗଡ଼ ମହିଳା ସମିତି ଦାବି ଜଣାଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ସଭାନେତ୍ରୀ ଅଞ୍ଜନା ଦାସଙ୍କ ସଭାପତିତ୍ୱରେ ସମ୍ବଲପୁରୀ ଦିନ ପାଳନ ସମାରୋହରେ ସଭାନେତ୍ରୀ ଆଗତ କରିଥିବା ଏହି ପ୍ରସ୍ତାବ ଗୃହୀତ ହୋଇ ଜନପ୍ରତିନିଧି ଗଣ ଏକତା ରକ୍ଷା ପୂର୍ବକ ଉଭୟ ବିଧାନ ସଭା ଓ ଲୋକସଭାରେ ଏହି ଦାବି ଉପସ୍ଥାପନ କରିବାକୁ ନିବେଦନ କରାଯାଇଛି । ଏହି ସମାରୋହରେ ସମାଜସେବୀ ସୁଶ୍ରୀ ଲବଙ୍ଗ ସାହୁ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ପଂଚାୟତ ମହାବିଦ୍ୟାଳୟ ଉମେଶ ଚନ୍ଦ୍ର ମହାପାତ୍ର ମୁଖ୍ୟବାକ୍ତା ଓ ସମିତିର ଉପଦେଷ୍ଟା ସରଦାର ପ୍ରୀତମ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ବଲପୁରୀ ଦିନର ଉଦ୍ଦେଶ୍ୟ, ମହତ୍ତ୍ୱ ଏବଂ ଏହି ଭାଷା କିପରି ସାହିତ୍ୟ, ସଂସ୍କୃତିରେ ସମୃଦ୍ଧ ତାହା ବ୍ୟାଖ୍ୟାନ କରି ସମ୍ବଲପୁରୀ ଭାଷା, ସାହିତ୍ୟ,ସଂସ୍କୃତିକୁ ବଜାୟ ରଖିବା ପାଇଁ ମାତୃଶକ୍ତିର ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ । ମନ୍ଦାକିନୀ ପତି ଅତିଥି ପରିଚୟ ପ୍ରଦାନ, ପଦ୍ମିନୀ ସାହୁ ମଞ୍ଚ ପରିଚାଳନା ଏବଂ ଶେଷରେ ମମତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତୀ, ଜୟଗୀତା, ପ୍ରଣତି, ସସ୍ମିତା, ରୁବି, ସ୍ଵାଧିନି, ସୁନିତା, ଅନିମା, ରିନୁ, ରାଧାରାଣୀ ପ୍ରମୁଖ ସହଯୋଗ କରିଥିଲେ ।