centurian jitm

କାଳବୈଶାଖୀରେ କୁକୁଡ଼ା ଫାର୍ମ ଭୁଶୁଡିଲା : କ୍ଷତି ପୂରଣ ଦାବୀ କଲେ ମହିଳା ଉଦ୍ୟୋଗୀ

nschool

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପଞ୍ଚାୟତ କୁଟୁରାପାଲି ଗାଁର ମହିଳା ଉଦ୍ୟୋଗୀଙ୍କ କୁକୁଡା ଫାର୍ମ କାଳବୈଶାଖୀ ରେ ଭୁଷୁଡି ଯାଇଛି । ଏଥିରେ ଫାର୍ମ ଘର ଭାଙ୍ଗିବା ସହିତ କୁକୁଡ଼ା ଛୁଆ ଓ ବିଭିନ୍ନ ସାମଗ୍ରୀ କ୍ଷତି ହୋଇଛି । ଏନେଇ ମହିଳା ଉଦ୍ୟୋଗୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ କ୍ଷତି ପୂରଣ ଦାବୀ କରିଛନ୍ତି । ସୂଚନା ଅନୁଯାୟୀ, ଚଳିତ ମାସ ୧୯ ତାରିଖ ଅପରାହ୍ନରେ କାଳବୈଶାଖୀ ମାଡ଼ି ଆସିଥିଲା । ଯାହା ଫଳରେ ମହିଳା ଉଦ୍ୟୋଗୀ ଜ୍ୟୋସ୍ନାରାଣୀ ସାହୁଙ୍କ କୁକୁଡ଼ା ଫାର୍ମ ଭୁଶୁଡି ଯାଇଛି । ପ୍ରବଳ ପବନ ଯୋଗୁଁ ଉଭୟ ପଟରୁ ଆଜବେଷ୍ଟର ସବୁ ଉଠି ଯାଇ ମଝିରେ ଚାପି ହୋଇଛି । ଯାହା ଫଳରେ ଜଣେ ଶ୍ରମିକ ଆହତ ହେବା ସହିତ ପ୍ରାୟ ଏକ ହଜାର କୁକୁଡ଼ା ଛୁଆଙ୍କ ମୃତ୍ୟୁ ହୋଇଛି । ଅବଶିଷ୍ଟ ଛୁଆଙ୍କୁ ତୁରନ୍ତ ନିକଟସ୍ଥ ଅନ୍ୟ ଏକ ଫାର୍ମରେ ରଖାଯାଇଛି । ସୂଚନା ଅନୁଯାୟୀ, ଗତ ୨୦୨୪ ନଭେମ୍ବରରେ ଏହି ଫାର୍ମ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାୟ ୨୭ ଲକ୍ଷ ଟଙ୍କା ପ୍ରୋଜେକ୍ଟ ଖର୍ଚ୍ଚ ଲାଗିଛି । ବ୍ୟାଙ୍କ୍ ଅଫ ବରୋଦାରୁ ଋଣ ହୋଇଛି । ଫାର୍ମ ଆରମ୍ଭରୁ ମାତ୍ର ୩ ଥର କୁକୁଡ଼ା ଉତ୍ପାଦନ ହୋଇଥିବା ବେଳେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷତି ହୋଇଛି । ଯାହା ଫଳରେ ବ୍ୟାଙ୍କ୍ ଋଣର ମାସିକ କିସ୍ତି ଅର୍ଥ ବାଧକ ସାଜିଛି । ସ୍ୱାବଲମ୍ବୀ ହେବା ପାଇଁ ଜ୍ୟୋସ୍ନାରାଣୀଙ୍କ ଆଶାରେ କାଳବୈଶାଖୀ ବାଧକ ସାଜିଛି । ମହିଳା ଉଦ୍ୟୋଗୀଙ୍କ ସୂଚନା ଅନୁଯାୟୀ ପ୍ରାୟ ୮ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏନେଇ ବ୍ୟାଙ୍କ୍ କର୍ତ୍ତୃପକ୍ଷ , ଲୋଇସିଂହା ତହସିଲଦାର ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପରିଦର୍ଶନ କରିଛନ୍ତି । ତେବେ ଉପଯୁକ୍ତ କ୍ଷତିକୁ ଆକଳନ କରି ପ୍ରଶାସନ ତୁରନ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ମହିଳା ଉଦ୍ୟୋଗୀ ଶ୍ରୀମତୀ ସାହୁ ଦାବୀ କରିଛନ୍ତି ।

Leave A Reply

Your email address will not be published.