centurian jitm

ପୁରୀରେ ସେବାୟତଙ୍କ ଦ୍ଵାରା ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା : ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ଦେଲା ଜିଲ୍ଲା ସାମ୍ୱାଦିକ ସଙ୍ଘ

nschool

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା ସାମ୍ୱାଦିକ ସଙ୍ଘ ତରଫରୁ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ଏସ୍‌ ସ୍ଵାତୀ କୁମାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ପୂର୍ବରୁ ମଧ୍ୟ ବାରମ୍ବାର ଅନେକ ସମୟରେ ସାମ୍ବାଦିକଙ୍କ ପ୍ରତି ଅତ୍ୟାଚାର ଓ ଆକ୍ରମଣ ଘଟଣା ଘଟିଥିବା ବେଳେ ସରକାର ଏଥିପ୍ରତି ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଦରକାର ବୋଲି ରାୟଗଡ଼ା ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଡ. ବାଦଲ କୁମାର କହିଛନ୍ତି । ଏହା ସହ ସାମ୍ୱାଦିକ ସୁରକ୍ଷା ଆଇନ୍ ପ୍ରଣୟନକୁ ନେଇ ଅନେକ ସମୟରେ ଦାବି ହେଉଥିଲେ ସୁଦ୍ଧା ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ସାମ୍ବାଦିକଙ୍କୁ ବାରମ୍ବାର ଏଭଳି ଆକ୍ରମଣ ହେଉଛି । ଏଣୁ ସାମ୍ୱାଦିକ ସୁରକ୍ଷା ଆଇନ ଯଥାଶୀଘ୍ର ରାଜ୍ୟ ସରକାର ପ୍ରଣୟନ କରି ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ କୁମାର ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.